ପୁଣି ଆତ୍ମସମର୍ପଣ କଲେ ୧୬ ମାଓବାଦୀ।

ଭୁଶୁଡ଼ିବାରେ ଲାଗିଛି ମାଓବାଦୀଙ୍କ ଦୁର୍ଗ। ପୁଲିସ ଓ ସୁରକ୍ଷାବାହିନୀର ମାଓବାଦୀ ବିରୋଧୀ ଅଭିଯାନ ଜୋରଦାର ହେବାରୁ ସଂଗଠନ ଦୁର୍ବଳ ହେବାରେ ଲାଗିଛି। ପୁଣି ଆତ୍ମସମର୍ପଣ କଲେ ୧୬ ମାଓବାଦୀ। ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ପୋଲିସ ନିକଟରେ ଏହି ୧୬ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ପିଏଲଜିଏ ବାଟାଲିୟନର ୨ ହାର୍ଡକୋର ନକ୍ସଲ ମଧ୍ୟ ରହିଛନ୍ତି। ସୁକମା ଜିଲ୍ଲା ପୋଲିସ ଏନେଇ ସୂଚନା ଦେଇଛନ୍ତି। ଏମାନଙ୍କ ମଧ୍ୟରୁ ୨ ମାଓବାଦୀଙ୍କ ନାମରେ ୧୬ ଲକ୍ଷ ଏବଂ ଅନ୍ୟ ୪ ମାଓବାଦୀଙ୍କ ନାମରେ ୯ ଲକ୍ଷ ଟଙ୍କା ମିଶାଇ ମୋଟି ୨୫ ଲକ୍ଷର ପୁରସ୍କାର ରାଶି ଘୋଷଣା ହୋଇଥିଲା।ସମସ୍ତ ନକ୍ସଲଙ୍କୁ ୫୦ ହଜାର ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଥିଲା। ସମସ୍ତଙ୍କୁ ଆତ୍ମନିର୍ଭରଶୀଳ କରାଯିବ ବୋଲି ପୋଲିସ କହିଛି। ଲଗାତାର ପୋଲିସର ଅପରେସନରେ ନକ୍ସଲ ଭୟଭୀତ ହେବା ସହ ସଂଗଠନରେ କୌଣସି ଲକ୍ଷ୍ୟ ନେଇ କାର୍ଯ୍ୟ ହେଉନଥିବାରୁ ଆତ୍ମସମର୍ପଣ କରିଥିବା କହିଛନ୍ତି।

ଅଧିକ ପଢନ୍ତୁ

kc ads