ଇସ୍ରୋ(ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ) ଅଗଷ୍ଟ ୧୬ ସକାଳ ୯.୧୭ ରେ ଶ୍ରୀହରିକୋଟା ସତୀଶ ଧାୱନ ସ୍ପେସ ସେଣ୍ଟରରୁ SSLV-D3 ରକେଟ ଉତକ୍ଷେପଣ କରିଛି। ଏହି ମିଶନ ଅଧୀନରେ ଦେଶର ନୂଆ ପୃଥିବୀ ପର୍ଯ୍ୟବେକ୍ଷଣ ସାଟେଲାଇଟ EOS-8 ଏବଂ ଏକ ଛୋଟ ଉପଗ୍ରହ SR-0 DEMOSAT ଉତକ୍ଷେପଣ କରାଯିବ।ଇସ୍ରୋର ଏହି ପଦକ୍ଷେପ ସହିତ ଭାରତ ବର୍ତ୍ତମାନ ପୃଥିବୀର ହୃଦସ୍ପନ୍ଦନ ଶୁଣିବାରେ ସକ୍ଷମ ହେବ । ଯଦି ଇସ୍ରୋର ଏହି ମିଶନ ସଫଳ ହୁଏ ତେବେ ଭାରତ ସମ୍ଭାବ୍ୟ ବିପର୍ଯ୍ୟୟ ବିଷୟରେ ଆଗୁଆ ସୂଚନା ପାଇପାରିବ । କ୍ଷୁଦ୍ର ସାଟେଲାଇଟ୍ ଲଞ୍ଚ ଯାନ SSLV-D3 ର ତୃତୀୟ ତଥା ଅନ୍ତିମ ବିକାଶମୂଳକ ଉଡାଣ ମାଧ୍ୟମରେ ଏହା ଉତକ୍ଷେପଣ କରାଯାଇଛି ।EOS-8 ସାଟେଲାଇଟ: ଏହା ଏକ ଆର୍ଥ ଅବଜରଭେସନ ସାଟେଲାଇଟ, ଯାହାର ଉଦ୍ଦେଶ୍ୟ ହେଉଛି ପୃଥିବୀ ପୃଷ୍ଠ ଉପରେ ନଜର ରଖିବା ଏବଂ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବା। ଏହା କୃଷି, ବନ୍ୟଜନ୍ତୁ ମନିଟରିଂ, ଜଳ ସମ୍ପଦ ପରିଚାଳନା ଏବଂ ବିପର୍ଯ୍ୟୟ ପରିଚାଳନା ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସାହାଯ୍ୟ କରିବ।
SR-0 DEMOSAT: ଏହା ଏକ ଛୋଟ ଉପଗ୍ରହ ଯାହା ଯାତ୍ରୀ ଉପଗ୍ରହ ଭାବରେ ପଠାଯାଉଛି । ଏହାର ଉଦ୍ଦେଶ୍ୟ ହେଉଛି ନୂଆ ବୈଷୟିକ ପରୀକ୍ଷା ପାଇଁ ଏକ ପ୍ଲାଟଫର୍ମ ଯୋଗାଇବ।