ନୂଆବର୍ଷ ୨୦୨୪ ବର୍ଷର ପ୍ରଥମ ଦିନରେ ଇସ୍ରୋର ଐତିହାସିକ ମିଶନ ଯାହା ସୋମବାର ସକାଳ ୯ଟା ୧୦ରେ ପିଏସଏଲଭି –ସି୫୮ ରକେଟ୍ ଜରିଆରେ ‘ଏକ୍ସପୋସାଟ୍’ ସାଟେଲାଇଟ୍ ଉତ୍କ୍ଷେପଣର ସଫଳ ଉତକ୍ଷେପଣ ହୋଇଛି। ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାସ୍ଥିତ ଶତୀଶଧାବନ ମହାକାଶ ଗବେଷଣା କେନ୍ଦ୍ରରୁ ଏହା ହୋଇଛି | ‘ଏକ୍ସପୋସାଟ୍’ ଓ ୧୦ ଅନ୍ୟ ପେଲୋଡ୍ର ବି ଉତ୍କ୍ଷେପଣ କରାଯାଇଛି।ଏହି ଅଭିଯାନ ଭାରତୀୟ ମହାକାଶ ଗବେଷଣା କ୍ଷେତ୍ରରେ ଏକ ମାଇଲ ଖୁଣ୍ଟି । ବିଶ୍ବବ୍ରହ୍ମାଣ୍ଡର ୫୦ଟି ଉଜ୍ବଳତମ ମହାଜାଗତିକ ଉତ୍ସ ନେଇ ଗବେଷଣା କରିବ ।
ବ୍ଲାକ ହୋଲ ଏକ୍ସରେ ବାଇନାରି, ନନଥର୍ମାଲ ସୁପରନୋଭା ରେମାଣ୍ଟ, ନ୍ୟୁରନ ଷ୍ଟାର, ଆକ୍ଟିଭ ଗାଲାକ୍ଟିକ ନ୍ୟୁକ୍ଲି, ପଲସାର ଆଦି ସମ୍ପର୍କରେ ଗବେଷଣା କରିବ ଏକ୍ସପୋସାଟ୍ । ପୃଥିବୀର କକ୍ଷ ପଥର ୫୦୦ରୁ ୭୦୦ କିଲୋମିଟର ଦୂରରେ ଏହାକୁ କରାଯିବା ଅବସ୍ଥାନ । ଏହାର ଅବଧି ରହିବ ୫ ବର୍ଷ ।