ପୁଣି ଇସ୍କନର ଅଦିନିଆ ରଥଯାତ୍ରା । ମଧୁବନ ଆଶ୍ରମ ରିଷିକେଷ ଦ୍ୱାରା ଆୟୋଜିତ ୨୮ତମ ଶ୍ରୀଜଗନ୍ନାଥ ରଥଯାତ୍ରା ସମ୍ପର୍ଣ୍ଣ କରିଛି ଇସ୍କନ । ଚଳିତମାସ ଅକ୍ଟୋବର ୭ ତାରିଖ ମଙ୍ଗଳବାର ଦିନ ଏଭଳି ଅଦିନିଆ ରଥଯାତ୍ରା ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି । ମଧୁବନ ଆଶ୍ରମ ଠାରୁ ବାହାରି ତ୍ରୀବେଣୀ ଘାଟ ଚୌକ ଦେଇ ଗୁରୁଦ୍ୱରା ଶ୍ରୀ ଗୁରୁ ସିଂ ସଭା ରେଳୱ ରୋଡରେ ଏହି ଅଦିନିଆ ରଥଯାତ୍ରା ଶେଷ ହୋଇଛି । ବିଧି ପରମ୍ପରା ଭାଙ୍ଗି ଇସ୍କନ ବାରମ୍ବାର ଅଦିନିଆ ରଥଯାତ୍ରା କରୁଛି । ରଥଯାତ୍ରାରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଏକ ଚାରିଚକିଆ ଗାଡିରେ ବସି ଯାଉଥିବା ଦେଖିବାକୁ ମିଳିଛି । ତେବେ ଥରେ କି ଦୁଇ ଥର ନୁହେଁ । ଇସ୍କନ ଏହିପରି ଭାବେ ବାରମ୍ବାର ଅଦିନିଆ ରଥଯାତ୍ରାର ଆୟୋଜନ କରୁଛି । ଆଉ ନିଜକୁ ଜଗନ୍ନାଥଙ୍କ ବଡ଼ ଭକ୍ତ ବୋଲାଉଛି । ହେଲେ ଏଠି ପ୍ରଶ୍ନ ଉଠୁଛି । ଯଦି ଜଗନ୍ନାଥଙ୍କ ତୁମେ ଭକ୍ତ, ତେବେ ଅଦିନରେ କିପରି ଭାବେ ରଥଯାତ୍ରାର ଆୟୋଜନ କରୁଛ ?ତେଣୁ ଶ୍ରୀଜଗନ୍ନାଥ ସଂସ୍କୃତି ପରମ୍ପରାକୁ ଅପମାନ ହୋଇଥିବା ବେଳେ ଏଥର ଇସ୍କନର ଅଦିନିଆ ରଥଯାତ୍ରା ପାଇଁ ଆଇନର ଆଶ୍ରୟ ନେବାକୁ ଶ୍ରୀମନ୍ଦିର ପ୍ରଶାସନକୁ ସବୁରି ମହଲରୁ ଅନୁରୋଧ କରାଯାଇଛି ।
