ପୁଣି ଏକାଠି ନବୀନ-ପାଣ୍ଡିଆନ୍! କେତେ ସତ

ଦୀର୍ଘଦିନ ପରେ ପୁଣି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ ଅବସରପ୍ରାପ୍ତ ଆଇଏଏସ ଭି.କେ ପାଣ୍ଡିଆନ୍‌ଙ୍କୁ ଏକାଠି ଦେଖିବାକୁ ମିଳିଛି କିନ୍ତୁ ଏହାର ସତ୍ୟତା ଏପର୍ଯ୍ୟନ୍ତ ଜଣାପଡି ନାହିଁ । ୨୦୨୪ ନିର୍ବାଚନ ପରେ ନବୀନଙ୍କ ସହ ପାଣ୍ଡିଆନ୍‌ଙ୍କୁ ଦେଖିବାକୁ ମିଳୁ ନ ଥିଲା। ଦଳୀୟ ନେତା ନବୀନ ନିବାସରେ ପାଣ୍ଡିଆନ୍‌ଙ୍କୁ ଭେଟୁଥିଲେ ମଧ୍ୟ ନବୀନଙ୍କ ସହ ଗୋଟିଏ ଫ୍ରେମ୍‌ରେ ସେ ନଜର ଆସୁନଥିଲେ। ତେବେ ନିକଟରେ ନବୀନ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ଙ୍କ ଦ୍ୱାରା ଆୟୋଜିତ ବିରୋଧୀ ଦଳଗୁଡ଼ିକର ଏକ ବୈଠକକୁ ସମର୍ଥନ ଦେଇ ଚର୍ଚ୍ଚାରେ ରହିଛନ୍ତି। ଏହି ବୈଠକ ନିର୍ବାଚନ ମଣ୍ଡଳୀ ଡିଲିମିଟେସନ ଆଲୋଚନା ପାଇଁ ଆୟୋଜିତ ହୋଇଥିଲା।

ଏହା ପୂର୍ବରୁ ସେ ସମଦୂରତା ନୀତି ଅବଲମ୍ବନ କରୁଥିବା ବେଳେ ଏବେ ତାଙ୍କ ରାଜନୈତିକ ରଣନୀତିରେ ପରିବର୍ତ୍ତନ ଆସୁଛି ବୋଲି ଚର୍ଚ୍ଚା ଜୋର ଧରିଛି। ରାଜନୈତିକ ବିଶ୍ଲେଷକମାନେ ଅନୁମାନ କରୁଛନ୍ତି ଯେ, ବିଜେଡିର ଦୀର୍ଘସ୍ଥାୟୀ ସ୍ଥିତି ପାଇଁ ନବୀନ ବିରୋଧୀ ଦଳଗୁଡ଼ିକ ସହ ନୂଆ ସମ୍ପର୍କ ଗଢ଼ିବାକୁ ଚାହୁଁଛନ୍ତି। ଷ୍ଟାଲିନ୍‌ଙ୍କ ବୈଠକକୁ ସମର୍ଥନ ପରେ ନବୀନଙ୍କ ଦିଲ୍ଲୀ ଯାତ୍ରା ଏବଂ ଏବେ କୋଇମ୍ବାଟୁର ଗସ୍ତ ତାଙ୍କ ରାଜନୈତିକ ଲକ୍ଷ୍ୟ ନେଇ ନୂଆ ଜଳ୍ପନା ସୃଷ୍ଟି କରିଛି।

ଅଧିକ ପଢନ୍ତୁ

Odisha Darpan Digital