ମହାରାଷ୍ଟ୍ରରୁ ଓଡ଼ିଶା ଆସିଥିବା ବାଘୁଣୀ ଜିନ୍ନତ ତିନି ରାଜ୍ୟ ବନ ବିଭାଗର ନିଦ ହଜାଇଛି। ଏହାରି ମଧ୍ୟରେ ଆଉ କିଛି ବାଘ ପୁଣି ଓଡିଶା ଆସିବାକୁ ଯାଉଛନ୍ତି। ବନ୍ୟପ୍ରାଣୀ ବଦଳ ଯୋଜନାରେ ମଧ୍ୟ ପ୍ରଦେଶ ସରକାର ଓଡ଼ିଶା ସମେତ ରାଜସ୍ଥାନ ଏବଂ ଛତିଶଗଡ଼କୁ ୧୪ ଟି ବାଘ ପଠାଇବେ।ଜଣେ ପ୍ରାଣୀ ଚିକିତ୍ସକଙ୍କ ତତ୍ୱାବଧାନରେ ମଧ୍ୟପ୍ରଦେଶର ବାନ୍ଧବଗଡ, ପନ୍ନା, କାହ୍ନା ଏବଂ ପେଞ୍ଚରେ ଥିବା ବାଘମାନଙ୍କ ବାଘ ସଂରକ୍ଷଣ ସ୍ଥାନରୁ ସ୍ଥାନାନ୍ତର କରାଯିବ ବୋଲି ସୂଚନା ରହିଛି ।
ବାଘମାନଙ୍କର ସ୍ଥାନାନ୍ତର ପ୍ରକ୍ରିୟାର ସମ୍ପୂର୍ଣ୍ଣ ଖର୍ଚ୍ଚ ରାଜ୍ୟଗୁଡିକ ବହନ କରିବେ । ସ୍ଥାନାନ୍ତର ପ୍ରକ୍ରିୟା କେନ୍ଦ୍ରର ବାଧ୍ୟତାମୂଳକ ଅନୁମୋଦନ ସହିତ କରାଯିବ ।ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (NTCA) ଅନୁଯାୟୀ, ସମଗ୍ର ଦେଶରେ ୩,୮୦୦ ବାଘ ମଧ୍ୟରୁ ୭୮୫ ରୁ ଅଧିକ ବାଘ ମଧ୍ୟପ୍ରଦେଶରେ ରହୁଥିବା ବେଳେ ଗତ କିଛି ବର୍ଷ ଧରି ‘ଟାଇଗର ଷ୍ଟେଟ୍’ର ଟ୍ୟାଗ୍ ବଜାୟ ରଖିଛି।