ପୁଣି କମିଲା ସୁନା ଦାମ

ଗ୍ରାହକଙ୍କ ପାଇଁ ଆଶ୍ୱସ୍ତି ସହ ଖୁସି ଖବର । କମିଲା ସୁନା ଦର । ଜୁନ୍‌ ୨୭ ଅର୍ଥାତ୍‌ ଶୁକ୍ରବାର ହ୍ରାସ ପାଇଛି ସୁନା ଦର ।ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୯୮,୧୭୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୯୦ ହଜାର ୦୦୦ ଟଙ୍କା ଛୁଇଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୯୮,୦୨୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୮୯,୮୫୦ ଟଙ୍କାକୁ ପହଞ୍ଚିଛି ।୧୮ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦର ୭୩,୫୨୦ ଟଙ୍କା ରହିଛି । ଗତକାଲି ୭୪,୨୧୦ ଟଙ୍କା ଥିଲା । ଏଥିରେ ୬୯୦ ଟଙ୍କା ହ୍ରାସ ହୋଇଛି ।ସୁନା ଦର ୧ ଲକ୍ଷ ଟଙ୍କା ଅତିକ୍ରମ କରିବା ପରେ ଏଯାଏଁ ପ୍ରାୟ ୨ ହଜାର ଟଙ୍କା ଦାମ୍‌ କମିଛି ।ସେହିପରି ରୁପା ଦାମ୍‌ ମଧ୍ୟ କମିଛି । ୧୦୦ ଗ୍ରାମ୍‌ ରୁପା ଦାମ୍‌ ୧୧,୭୯୦ ଟଙ୍କା ରହିଛି ।

ଅଧିକ ପଢନ୍ତୁ

kc ads