ଗ୍ରାହକଙ୍କ ପାଇଁ ଖୁସି ଖବର । ଲଗାତାର ଦ୍ବିତୀୟ ଦିନରେ କମିଲା ସୁନା, ରୁପା ଦର । ଆଜି ପୁଣି କମିଲା ସୁନା ରୁପା ଦର । ଲଗାତାର ଦ୍ବିତୀୟ ଦିନରେ ସୁନା ରୁପା ଖସିଛି। ୨୪ କ୍ୟାରେଟ୍ ସୁନା ଦର ୮ହଜାର ୬୨୦ ଟଙ୍କା ହ୍ରାସ ପାଇଲା । ଗତ କାଲି ସୁନା ଦର ୧୦ ଗ୍ରାମ ପିଛା ୨୪କ୍ୟାରେଟ୍ ସୁନା ଦର ୧ ଲକ୍ଷ ୬୯ ହଜାର ୨୦୦ ଟଙ୍କା ଥିବା ବେଳେ ଆଜି ୧ ଲକ୍ଷ ୬୦ ହଜାର ୫୮୦ ଟଙ୍କା ହୋଇଛି । ୨୨ କ୍ୟାରେଟ୍ ସୁନା ଦର ୬୯୦୦ ଟଙ୍କା କମି ହେଲା ୧ ଲକ୍ଷ ୪୭ ହଜାର ୨୦୦ ଟଙ୍କା । ଦଶନ୍ଧିରେ ସର୍ବାଧିକ ଖସିଲା ରୁପା ଦର । ରୁପା କେଜି ପିଛା ୫୫ ହଜାର ହ୍ରାସ ପାଇ ହେଲା ୩ ଲକ୍ଷ ୫୦ ହଜାର ଟଙ୍କା ।ଆମେରିକା ଶୁଳ୍କ, ଭୂରାଜନୈତିକ ସଙ୍କଟ, ବାଣିଜ୍ୟ କଟକଣା, ଶକ୍ତିଶାଳୀ ଡଲାର ଭଳି ବିଭିନ୍ନ କାରଣ ପ୍ରଭାବରେ ସୁନା ଓ ରୁପା ଉଭୟ ମହଙ୍ଗା ହେଉଛି। ଅନ୍ତର୍ଜାତୀୟ ବଜାରରେ ସୁନାର ଆଉନ୍ସ ପିଛା ଦର ୫,୫୧୧.୭୯ ଡଲାର ରହିଛି। ପ୍ରଥମ ଥର ପାଇଁ ସୁନା ୫୦୦୦ ଡଲାରରୁ ଉପରେ ଦେଖିବାକୁ ମିଳିଛି।
