ରାଉରକେଲାରେ ପୁଣି ଲଜ୍ଜା। ଥାନା ଭିତରେ ମହିଳା ପୁଲିସ କର୍ମଚାରୀଙ୍କ ଅସଦାଚରଣ ଅଭିଯୋଗ। ଅଭିଯୋଗ ଆସିଛି ବନ୍ଧମୁଣ୍ଡା ଥାନା ଅଧିକାରୀ ଅଶୋକ କୁମାର ଦାସଙ୍କ ନାଁରେ। ଏନେଇ ମହିଳା କର୍ମଚାରୀଜଣକ ବଣ୍ଡମୁଣ୍ଡା ଥାନାର ଆଇଆଇସିଙ୍କ ନାଁରେ ଅସଦାଚରଣ କରିଥିବା ଅଭିଯୋଗ ଆଣିଛନ୍ତି । ଅଭିଯୋଗ ପରେ ଆଇଆଇସିଙ୍କୁ ଏସପି ଅଫିସକୁ ବଦଳି କରାଯାଇଛି। ତେବେ ଏହି ଘଟଣା ମହିଳା ଡିଏସପିଙ୍କ ଦ୍ୱାରା ତଦନ୍ତ ଆରମ୍ଭ ହୋଇଛି। ତେବେ ଏଠି ପ୍ରଶ୍ନ ଉଠୁଛି ଯେ ଖୋଦ୍ ଥାନାରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀ ଅସଦାଚରଣର ଶିକାର ହୋଇଛନ୍ତି। ତେବେ ସାଧାରଣ ମହିଳା କାହା ପାଖରେ ଅଭିଯୋଗ କରିବ ଯଦି ତା ସହିତ ଏଭଳି କିଛି ହୁଏ | ଦିନକୁ ଦିନକୁ ଦିନ ମହିଳାଙ୍କ ପ୍ରତି ଅତ୍ୟାଚର ବଢ଼ିବାରେ ଲାଗିଛି | ସରକାର ସବୁ ଦେଖି ନିରବ ହେଲାଭଳି ଲାଗୁଛିନ୍ତି | ଯଦି ଏଭଳି କିଛି ଶକ୍ତ ପଦକ୍ଷପ ସରକାର ନିଅନ୍ତେ ତେବେ ହୁଏତ ଅପରାଧୀଙ୍କ ଭିତରେ ଭୟ ରହିବ |