ପୁଣି ଚିନ୍ତା ବଢାଇଲା ଆଳୁ ; କେଜି ଛୁଇଁଛି ୬୦

ଆଳୁ ଗଦିରେ ଆଳୁ ସଙ୍କଟ, ପୁଣି ବଢିପାରେ ଆଳୁଦର। ଭୁବନେଶ୍ବର ଆଇଗିଣିଆ ଗଦିରେ ନାହିଁ ପର୍ଯ୍ୟାପ୍ତ ପରିମାଣରେ ଆଳୁ । କଟକ ଛତ୍ରବଜାରକୁ ବି ଆସୁନି ଯଥେଷ୍ଟ ପରିମାଣର ଟ୍ରକ।ଆନନ୍ଦପୁର ଆଳୁ ଗୋଦାମ ମାଲିକମାନେ ନିର୍ଭର କରିଥାନ୍ତି ଭଦ୍ରକ ଓ ଯାଜପୁରର ହୋଲସେଲ ଗୋଦାମ ଉପରେ । ତେବେ ଭଦ୍ରକ ଓ ଯାଜପୁର ଗୋଦାମରେ ଆଳୁ ନଥିବା ଆନନ୍ଦପୁରକୁ ଆଳୁ ଆସିପାରୁନଥିବା କହିଛନ୍ତି ଗୋଦାମ ମାଲିକ ।

ଉତ୍ତର ପ୍ରଦେଶରୁ ପର୍ଯ୍ୟାପ୍ତ ଆଳୁ ଆସିପାରୁ ନଥିବାରୁ ବଜାରରେ ଆଳୁ ଅଭାବ ଦେଖାଦେଇଛି । କଟକ, ଭୁବନେଶ୍ୱରରେ ଆଳୁ କେଜି ଦିନକରେ ୨୦ରୁ ୨୫ ଟଙ୍କା ବଢିଛି । ବଜାରରୁ ଆଳୁ ପୁଣି ଉଭାନ ହେଉଥିବା ବେଳେ ବ୍ୟବସାୟୀ ପୁଣି ମନ ଇଚ୍ଛା ଦର କଷିବା ଆଶଙ୍କା ବଢିଛି । କଟକରେ ଆଳୁ କେଜି ୫୦ ଟଙ୍କାରେ ପହଞ୍ଚିଛି ।

ଅଧିକ ପଢନ୍ତୁ