ପୁଣି ଚିପ୍ସ ପ୍ୟାକେଟ ହେଲା କାଳ: ଚାଲିଗଲା ୬ ବର୍ଷ ଶିଶୁର ଜୀବନ

ବଜାରରେ ବିକ୍ରି ହେଉଥିବା ପ୍ୟାକେଟ ଫୁଡ୍‌ ଖାଇ କୋମଳମତି ବାଳକର ଚାଲିଗଲା ଜୀବନ।ଏହି ଘଟଣା ବେଗୁନିଆ ଥାନା ଅନ୍ତର୍ଗତ ନିଧିପୁର ଗ୍ରାମରେ ଘଟିଛି ।ଅଭୟ ପାଇକରାୟଙ୍କ ଗୋଟିଏ ବୋଲି ପୁଅ ତାପସ। ଗାଁ ସ୍କୁଲ ଶିଶୁ ବାଟିକାରେ ପଢୁଥିଲେ। ଗତ ସୋମବାର ସ୍କୁଲ, ଟ୍ୟୁସନ ସାରି ଘରକୁ ଫେରିଥିଲେ। ଘରେ ଥିବା ଏକ ବେନାମୀ କମ୍ପାନୀ ଚିପ୍ସ ଖାଇବା ବେଳେ ସେଥିରେ ଥିବା ଗିଫ୍ଟ(ଫ୍ରି କୁପନ) ବେଲୁନ ଫୁଙ୍କିବା ବେଳେ ହଠାତ ତଣ୍ଟି ଭିତରକୁ ଚାଲି ଯାଇଥିଲା। ଫଳରେ ଶ୍ୱାସ ରୁଦ୍ଧ ହୋଇ ଅଣ ନିଶ୍ୱାସୀ ହୋଇ ପଡିଥିଲେ। ପରିବାର ଲୋକେ ପ୍ରଥମ ବୋତଲମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରେ ଖୋର୍ଦ୍ଧା ମେଡିକାଲ ନେଇଯାଇଥିଲେ। ସେଠାରେ ଡାକ୍ଟର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏହିଭଳି କିଛି ଦିନ ପୂର୍ବରୁ କନ୍ଧମାଳର ଦାରିଙ୍ଗବାଡ଼ି ବ୍ଲକ ମୁସିମାହା ଗାଁର ରଞ୍ଜିତ ପ୍ରଧାନଙ୍କ ପୁଅ ବିଗଲ ପ୍ରଧାନର ପ୍ୟାକେଟ ଫୁଡ୍‌ ଖାଇ ଚାଲି ଯାଇଥିଲା ଜୀବନ । ପ୍ୟାକେଟ୍‌ ଫୁଡ୍‌ରେ ଥିବା ପ୍ଲାଷ୍ଟିକ୍‌ ଖେଳନା ଗିଳି ୪ ବର୍ଷର ଶିଶୁର ମୃତ୍ୟୁ ହୋଇଥିଲା ।

ଅଧିକ ପଢନ୍ତୁ