ପୁଣି ଜାମିନ ପାଇଁ ହାଇକୋର୍ଟର ଦ୍ୱାରସ୍ଥ ହେଲେ ହଂସିତା-ଅନୀଲ୍‌

ଏଡିଜେ-୨ କୋର୍ଟଙ୍କ ଜାମିନ ଖାରଜ ପରେ ଏବେ ଜାମିନ ପାଇଁ ହାଇକୋର୍ଟର ଦ୍ୱାରସ୍ଥ ହେଲେ ଠକ ଦମ୍ପତ୍ତି ହଂସିତା-ଅନୀଲ୍‌ । ଇନ୍‌ଫୋସିଟି ଥାନାରେ ରୁଜୁ ହୋଇଥିବା ମାମଲାର ଜାମିନ ଆବେଦନ କରିଛନ୍ତି ଉଭୟ ହଂସିତା-ଅନୀଲ୍। ଭୁବନେଶ୍ୱର ଅତିରିକ୍ତ ଦୌରା ଜଜ୍ ଜାନୁଆରୀ ୧୮ ତାରିଖରେ ଜାମିନ ଖାରଜ କରିଥିଲେ ।ସୂଚନାଯୋଗ୍ୟ ଯେ, ବିଭିନ୍ନ ଲୋକଙ୍କୁ ଠକେଇ ଅଭିଯୋଗରେ କମିଶନରେଟ୍‌ ପୋଲିସ ହଂସିତା-ଅନିଲ୍‌ଙ୍କୁ ଗିରଫ କରିଥିଲା ।

ଏହାପରେ ଲଗାତର ୪ ଦିନ ଧରି ହଂସିତା ଏବଂ ଅନିଲଙ୍କର ବିଭିନ୍ନ ସ୍ଥାନରେ ଥିବା ବାସ ସ୍ଥାନ ଏବଂ ସଂପର୍କୀୟଙ୍କ ଘରେ ଚଢାଉ ହୋଇଥିଲା । ଏହି ଚଢାଉରେ ଆୟକର ବିଭାଗ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିଲା । ସେପଟେ ଠକ ଦମ୍ପତ୍ତିଙ୍କ ପିଛା ଛାଡୁନି ଆୟକର ବିଭାଗ । ଚନ୍ଦ୍ରଶେଖରପୁରରେ ଅନୀଲ୍‌ଙ୍କ ଜନ୍ମଦିନ ପାର୍ଟି ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଇଥିଲା ଏବଂ ପାଖାପାଖି ୨୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ପାର୍ଟିରେ ଖର୍ଚ୍ଚ କରିବାକୁ ସେମାନେ ଏତେ ଟଙ୍କା କେଉଁଠୁ ପାଇଲେ, ତାର ହିସାବନିକାସ କରୁଛି ଆୟକର ବିଭାଗ।

ଅଧିକ ପଢନ୍ତୁ