ପୁଣି ଡ୍ରେସରେ ମହାପ୍ରଭୁଙ୍କ ପ୍ରତିଛବି

ପୁଣି ଡ୍ରେସରେ ମହାପ୍ରଭୁଙ୍କ ପ୍ରତିଛବି । ରାମକ୍ରିଷ୍ଣ ପଟ୍ଟନାୟକ ନାମକ ଜଣେ ବ୍ୟକ୍ତିଙ୍କ ଆଇଡିରୁ ଏଭଳି କିଛି ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି। ବ୍ୟବସାୟିକ ଉଦ୍ଦେଶ୍ୟ ରଖି ମହାପ୍ରଭୁଙ୍କ ପ୍ରତିଛବି ଥିବା ଡ୍ରେସର ଚିତ୍ର ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବାରୁ ସବୁ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।ଡ୍ରେସ୍, ଶାଢୀ, ଧୋତିରେ ମହାପ୍ରଭୁଙ୍କ ପ୍ରତିଛବି ବ୍ୟବହାର କରାଯାଉଛି । ରନ୍ତ ଶ୍ରୀମନ୍ଦିର ପ୍ରଶାସନ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।

ନିକଟରେ ଜଣେ ଭକ୍ତ ମହାପ୍ରଭୁଙ୍କ ପ୍ରତିଛବି ଥିବା ଏକ ଧୋତି ପିନ୍ଧ ବଡ ଦାଣ୍ଡରେ କିର୍ତ୍ତନ କରୁଥିବା ନଜର ଆସିଥିଲେ । ଏହା ପୂର୍ବରୁ ମଧ୍ୟ ଅନେକ ସୋସିଆଲ ମିଡିଆରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଯାହାକୁ ନେଇ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି ।

ଅଧିକ ପଢନ୍ତୁ