ପୁଣି ଥରିଲା ଓଡ଼ିଶା । ଦିନକରେ ୪ରୁ ୫ ଡିଗ୍ରୀ ଖସିଲା ତାପମାତ୍ରା ।

ଦୁଇ ସପ୍ତାହ ପରେ ରାଜ୍ୟରେ ପାରଦ ପୁଣି ତଳମୁହାଁ ହୋଇଛି । ଦିନକରେ ୧୩ଟି ସହରର ରାତି ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ୍‌ ତଳକୁ ଖସିଆସିଛି । କେନ୍ଦୁଝର ଓ ଅନୁଗୁଳରେ ରାତି ତାପମାତ୍ରା ଦିନକରେ ସର୍ବାଧିକ ୫ ଡିଗ୍ରୀ କମିଛି । ଝାରସୁଗୁଡ଼ା ସବୁଠୁ ଥଣ୍ଡା ସହର ପାଲଟିଛି । କୋରାପୁଟରେ ରାତି ତାପମାତ୍ରା ୧୨.୬ ଡିଗ୍ରୀ ରହିଛି । ଭବାନୀପାଟଣାରେ ୧୩.୧ ଡିଗ୍ରୀ ରେକର୍ଡ ହୋଇଛି । ୨୪ ଘଣ୍ଟା ତଳେ ଏଠାରେ ରାତି ତାପମାତ୍ରା ୭ ଡିଗ୍ରୀ ଥିଲା । ଦାରିଙ୍ଗିବାଡ଼ିରେ ୧୬ଡିଗ୍ରୀରୁ ଖସି ୧୩.୫ଡିଗ୍ରୀ ରହିଛି । ଅନୁଗୁଳରେ ଦିନକରେ ୫ ଡିଗ୍ରୀ କମିଛି । ସୁନ୍ଦରଗଡ଼ ଓ ଫୁଲବାଣୀରେ ରାତି ତାପମାତ୍ରା ୧୪ ଡିଗ୍ରୀ ରେକର୍ଡ ହୋଇଛି । ତେବେ ଆସନ୍ତା ୪ରୁ ୫ ଦିନ ଯାଏ ରାଜ୍ୟର ରାତି ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଅଧିକ ପଢନ୍ତୁ