ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ ଦିଆଯାଇଛି। ଶନିବାର ହ୍ବାଟସ ଆପରେ ମୁମ୍ବାଇ ପୋଲିସ ଏହି ବାର୍ତ୍ତା ଗ୍ରହଣ କରିଛି। ଏହି ବାର୍ତ୍ତା ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ପ୍ରାରମ୍ଭିକ ଯାଞ୍ଚରୁ ଏଭଳି ମ୍ୟାସେଜ୍ ରାଜସ୍ଥାନର ଅଜମେରରୁ ପଠାଯାଇଛି। ପୋଲିସ ସୂଚନା ଅନୁସାରେ ମୁମ୍ବାଇ ଟ୍ରାଫିକ ପୋଲିସ ହେଲପ୍ ଲାଇନ ହ୍ୱାଟସଆପ ନମ୍ବରରେ କିଛି ଘଣ୍ଟା ତଳେ ଏହି ମ୍ୟାସେଜ ଆସିଥିଲା।

ଏପରି ମ୍ୟାସେଜ କରିଥିବା ସନ୍ଦିଗ୍ଧର ସନ୍ଧାନ ନିମନ୍ତେ ଏକ ପୋଲିସ ଟିମକୁ ଆଜମେର ପଠାଯାଇଛି। ତେବେ ଏହି ବାର୍ତ୍ତାରେ କୁହାଯାଇଛି ଯେ ଦୁଇଜଣ ଆଇଏସଆଇ ଏଜେଣ୍ଟ ତଥା ପିଏମ ମୋଦିଙ୍କୁ ଟାର୍ଗେଟ କରିବା ପାଇଁ ବୋମା ବିସ୍ଫୋରଣ ପାଇଁ ଷଡଯନ୍ତ୍ର ରଚିଛି। ଅନୁସନ୍ଧାନକାରୀମାନେ ସନ୍ଦେହ କରୁଛନ୍ତି ଯେ ବାର୍ତ୍ତା ପ୍ରେରକ ମାନସିକ ସ୍ତରରେ ବିକୃତ ବ୍ୟକ୍ତି କିମ୍ବା ମଦ୍ୟପାନ କରି ଏହି ବାର୍ତ୍ତା ପଠାଇଥାଇ ପାରନ୍ତି। ପୋଲିସ ଏ ବାବଦରେ ଏଫଆଇଆର୍‌ ପଞ୍ଜିକରଣ କରିଛି।

ଅଧିକ ପଢନ୍ତୁ