ପୁଣି ବଢ଼ିଲା ଗ୍ୟାସ୍‌ ସିଲିଣ୍ଡର ଦର

ଆରମ୍ଭ ହୋଇଛି ଅକ୍ଟୋବର ମାସ । ଏହା ସହିତ ପୂର୍ବରୁ ତୈଳ କମ୍ପାନୀଗୁଡିକ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଥିଲେ। ଆଜି ଗ୍ୟାସର ମୂଲ୍ୟ ୪୮.୫୦ଟଙ୍କା ବୃଦ୍ଧି ପାଇଛି। ତେବେ ଏଥର ଏଲପିଜି ସିଲିଣ୍ଡର ମୂଲ୍ୟରେ ବୃଦ୍ଧି କେବଳ ୧୯କେଜି ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ପାଇଁ କରାଯାଇଛି, ତୈଳ କମ୍ପାନୀଗୁଡିକ ୧୪ କେଜି ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ କରିନାହାଁନ୍ତି । ବାଣିଜି୍ୟକ ବା କମର୍ସିଆଲ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପରେ ରାଜଧାନୀ ଦିଲ୍ଲୀରେ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୭୪୦ ଟଙ୍କା ହୋଇଛି। ଏଠାରେ ବାଣିଜି୍ୟକ ସିଲିଣ୍ଡରର ମୂଲ୍ୟ ୪୮.୫୦ ଟଙ୍କା ବୃଦ୍ଧି ପାଇଛି । ଏହାପୂର୍ବରୁ ଏଠାରେ ୧୯ କିଲୋଗ୍ରାମ ସିଲିଣ୍ଡର ୧୬୯୧.୫୦ ଟଙ୍କାରେ ଉପଲବ୍ଧ ଥିଲା।ସେହିପରି ବର୍ଦ୍ଧିତ ଦର ଲାଗୁ ହେବା ପରେ ମୁମ୍ବାଇରେ କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ପିଛା ଦର ୧୬୯୨.୫୦ ଟଙ୍କା, କୋଲକାତାରେ ୧୮୫୦.୫୦ ଟଙ୍କା ଏବଂ ଚେନ୍ନାଇରେ ୧୯୩୦ ଟଙ୍କାରେ ଉପଲବ୍ଧ ହେବ।

ଅଧିକ ପଢନ୍ତୁ