ଭୁବନେଶ୍ବର ବିମାନ ବନ୍ଦରରୁ ଶନିବାର ୮ କୋଟି ଟଙ୍କାର ଗଞ୍ଜେଇ ଜବତ ହୋଇଛି। ଥାଇଲାଣ୍ଡରୁ ଇଣ୍ଡିଗୋ ଫ୍ଲାଇଟ୍ରେ ଆସୁଥିବା ବେଳେ DRI ଧରିଥିବା ସୂଚନା ମିଳିଛି। ସେହିପରି ଗତକିଛି ତତେ ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦରରୁ ୩୦ କୋଟିର ମାରିଜୁଆନା ଜବତ କରିଥିଲା କଷ୍ଟମ ବିଭାଗ । ବ୍ୟାଙ୍କରୁ ଭୁବନେଶ୍ୱର ଆସୁଥିଲେ ଜଣେ ଯାତ୍ରୀ । କୌଣସି ସୁତ୍ରରୁ ଖବର ପାଇ ଏୟାରପୋର୍ଟରେ ଉପସ୍ଥିତ ଥିବା କଷ୍ଟମ ବିଭାଗର ଅଧିକାରୀମାନେ ଉକ୍ତ ଯାତ୍ରୀଙ୍କୁ ପଚରାଉଚରା କରିଥିଲେ , ପରେ ସେ ଆଣିଥିବା ସାମଗ୍ରୀକୁ ଯାଞ୍ଚ ବି କରିଥିଲେ । ୩ଟି ବ୍ୟାଗ୍ ଜବତ ହୋଇଥିଲା । ଯେଉଁଥିରେ ବିପୁଳ ପରିମାଣରେ ମାରିଜୁଆନା ଥିବା କଷ୍ଟମ ବିଭାଗକୁ ମିଳିଥିଲା । ଯାହାର ମୂଲ୍ୟ ୩୦ କୋଟି ଟଙ୍କାରୁ ଅଧିକ ହେବ ବୋଲି ସୂଚନା ମିଳିଛି ।
