ପୁଣି ଭୟଙ୍କର ଦୁର୍ଘଟଣା! ଏୟାର ଇଣ୍ଡିଆ ବିମାନରେ ଲାଗିଗଲା ନିଆଁ

ଏୟାର ଇଣ୍ଡିଆ ବିମାନକୁ ନେଇ ବଡ଼ ଖବର। ହଠାତ୍‌ ବିମାନରେ ଲାଗିଗଲା ନିଆଁ। ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବା ମାତ୍ରେ ଏୟାର ଇଣ୍ଡିଆର ଏକ ବିମାନରେ ନିଆଁ ଲାଗି ଯାଇଛି। ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି ଏକ ବିବୃତ୍ତି ଅନୁଯାୟୀ, ଅବତରଣ ପରେ, ହଂକଂରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନ (AI 315) ର ପଛ ଭାଗରେ ଛୋଟ ଇଞ୍ଜିନ (APU – ସହାୟକ ପାୱାର ୟୁନିଟ) ରେ ନିଆଁ ଲାଗିଗଲା।ଯାତ୍ରୀମାନେ ବିମାନରୁ ଓହ୍ଲାଇବା ସମୟରେ ଏହି ଘଟଣା ଘଟିଥିଲା । ସୁରକ୍ଷା ବ୍ୟବସ୍ଥା ଅନୁଯାୟୀ, ସହାୟକ ପାୱର ୟୁନିଟ୍ (ଅକ୍ଜିଲାରୀ ପାୱାର ୟୁନିଟ)କୁ ସ୍ୱୟଂଚାଳିତ ଭାବରେ ବନ୍ଦ ହୋଇଯାଇଥିଲା ।”ଏୟାର ଇଣ୍ଡିଆ ଏକ ବିବୃତ୍ତି ଜାରି କରି କହିଛି, “ନିଗ୍ନ ଯୋଗୁଁ ବିମାନଟି କିଛି କ୍ଷତି ପାଇଛି, କିନ୍ତୁ ଯାତ୍ରୀ ଏବଂ କ୍ରୁ ସଦସ୍ୟମାନେ ସେତେବେଳେ ବିମାନରୁ ଓହ୍ଲାଇ ସାରିଥିଲେ ଏବଂ ସମସ୍ତେ ସୁରକ୍ଷିତ ଅଛନ୍ତି। ଅଧିକ ତଦନ୍ତ ପାଇଁ ବିମାନକୁ ବନ୍ଦ କରାଯାଇଛି ଏବଂ ନିୟାମକକୁ ସୂଚନା ଦିଆଯାଇଛି।”ଏୟାର ଇଣ୍ଡିଆର ଅନେକ ବିମାନରେ ତ୍ରୁଟି ଯୋଗୁଁ ଗତ କିଛି ଦିନ ମଧ୍ୟରେ ଅନେକ ବିମାନ ଉଡ଼ାଣ ବାଧାପ୍ରାପ୍ତ ହୋଇଛି । ଏଥିରେ ଡୋମେଷ୍ଟିକ୍ ଓ ଇଣ୍ଟରନ୍ୟାସନାଲ ସେବା ସାମିଲ ରହିଛି । ଏହାର ଦିନକ ପୂର୍ବରୁ, କୋଚିରୁ ଆସୁଥିବା ଏୟାର ଇଣ୍ଡିଆର ଏକ ବିମାନ ମୁମ୍ବାଇ ବିମାନବନ୍ଦରରେ ରନୱେରୁ ଆଗକୁ ଚାଲି ଯାଇଥିଲା । ଏହା ପରେ ବିମାନକୁ ତଦନ୍ତ ପାଇଁ ଅଟକାଯାଇଥିଲା ।

ଅଧିକ ପଢନ୍ତୁ

Odisha Darpan Digital