ପୁଣି ମାଓବାଦୀଙ୍କ ବର୍ବରକାଣ୍ଡ: ୨ ଗ୍ରାମବାସୀଙ୍କୁ କଲେ ନିର୍ମମ ହତ୍ୟା

କିଛି ଦିନର ନୀରବତା ପରେ ପୁଣି ମାଓବାଦୀମାନେ ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲାରେ ବର୍ବରକାଣ୍ଡ ଭିଆଇଛନ୍ତି। ମାଓବାଦୀମାନେ ୨ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରି ଫିଙ୍ଗ ଦେଇଥିବା ସୂଚନା ମିଳିଛି। ପୋଲିସ ଇନଫର୍ମର ସନ୍ଦେହ ଏହି ହତ୍ୟାକାଣ୍ଡ କରିଛନ୍ତି ମାଓବାଦୀ।ଅନ୍ୟପକ୍ଷେ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି।ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଅନ୍ୟପକ୍ଷେ ପୋଲିସ ଅଞ୍ଚଳରେ ମାଓବାଦୀଙ୍କ ଗତିବିଧିକୁ ନେଇ ସର୍ଚ୍ଚ ଅପରେଶନ ଆରମ୍ଭ କରିଛି।

ଅଧିକ ପଢନ୍ତୁ