ସୁଭଦ୍ରାର ପ୍ରଥମ ପର୍ଯ୍ୟାୟର ଦ୍ୱିତୀୟ କିସ୍ତିରେ ରାଜ୍ୟର ୪୦ ଲକ୍ଷ ହିତାଧିକାରୀଙ୍କୁ ସରକାର ଟଙ୍କା ପ୍ରଦାନ କରିବେ । ଏହି ଟଙ୍କା ଆସନ୍ତା ୯ତାରିଖରେ ମିଳିବାକୁ ଯାଉଛି। ଏସବୁ ଭିତରେ ସବୁଠୁ ବଡ଼ କଥା ହେଉଛି କେଉଁମାନେ ଟଙ୍କା ପାଇବେ ଓ କେଉଁମାନେ ଟଙ୍କା ପାଇବେ ନାହିଁ ସେ ନେଇ ଏବେ ବି କିଛି ଜଣଙ୍କ ଭିତରେ ଦ୍ୱନ୍ଦ୍ୱ ଲାଗି ରହିିଛି । ଯଦି ଆପଣ ବି ଜଣେ ହିତାଧିକାରୀ ତେବେ ଆସନ୍ତୁ ଜାଣିବା କେମିତି ଚେକ କରିବେ|ପ୍ରଥମ ପର୍ଯ୍ୟାୟ ପରି ଟଙ୍କା ମିଳିବା ପୂର୍ବରୁ ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିବ ୧ ଟଙ୍କା । ଏପର୍ଯ୍ୟନ୍ତ ପାଖାପାଖି ୧ କୋଟି ଲୋକ ଆବେଦନ କରିସାରିଲେଣି । ସୁଭଦ୍ରା ଯୋଜନାରେ ପ୍ରଥମ ପର୍ୟ୍ୟାୟରେ ୨୫ଲକ୍ଷ ୧୧ ହଜାର ମହିଳା ଟଙ୍କା ପାଇଥିଲେ । ବଳକା ଆବେଦନକାରୀଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ମିଳିବ ଟଙ୍କା । ତେବେ ଆପଣ ସୁଭଦ୍ରା ଯୋଜନା ଫର୍ମରେ ଥିବା ଆପ୍ଲିକେସନ ନମ୍ବର ରସିଦ ନେଇ ଜନ ସେବା କେନ୍ଦ୍ରରେ ନିଜର ଷ୍ଟାଟସ ଦେଖି ପାରିବେ । ଯାହା ଫଳରେ ଆପଣଙ୍କ ଆବେଦନ ପେଣ୍ଡିଙ୍ଗ ଅଛି ରିଜେକ୍ଟ ହୋଇଛି ଜଣା ପଡିବ। ଯେଉଁମାନେ ଆବେଦନ କରିଛନ୍ତି ସରକାର ସମସ୍ତଙ୍କର ଭେରିଫିକେସନ କରିବେ। ଯଦି ପ୍ରଥମ କିସ୍ତି ଯାଇ ନ ଥିବ ତେବେ ମାର୍ଚ୍ଚ ୮ରେ ସମସ୍ତଙ୍କୁ ଏକକାଳୀନ ୨ଟି କିସ୍ତି ଟଙ୍କା ମିଳିବ।