ପୁଣି ଯାତ୍ରା ମଞ୍ଚ ଉପରେ ମହାପ୍ରଭୁଙ୍କୁ ଅପମାନ

ପୁଣି ମହାପ୍ରଭୁ ଜଗନ୍ନାଥଙ୍କୁ ଅପମାନ ଅଭିଯୋଗ, ଯାତ୍ରା ମଞ୍ଚକୁ ଚେୟାର ଫିଙ୍ଗିଲେ ଦର୍ଶକ । ଭଦ୍ରକ ଅନ୍ନପାଳରେ ଯାତ୍ରା “ସ୍ୱର୍ଣ୍ଣ ମନ୍ଦିର”ର ପ୍ରଥମ ରାତିର ନାଟକ “ସ୍ୱାମୀ ପାଇଁ ପଛେ ନର୍କକୁ ଯିବି” ଚାଲିଥିଲା । ଏହି ସମୟରେ ଡାଇଲଗରେ ମହାପ୍ରଭୁ ଜଗନ୍ନାଥଙ୍କୁ ଅପମାନ ବୋଧକ ଶବ୍ଦ ଆଉ ହିନ୍ଦୁ ଧର୍ମକୁ ଅପମାନ କଲା ଭଳି କିଛି ଦୃଶ୍ୟ ଥିଲା । ଏହାପରେ ଦର୍ଶକ ଉତ୍ତେଜିତ ହୋଇ ଚେୟାର ଫୋପାଡ଼ି ବନ୍ଦ କରିଦେଇଥିଲେ ଯାତ୍ରା ।

କିଛି ସମୟ ଏହିଭଳି ଚାଲିବା ପରେ, ଯାତ୍ରା କଳାକାର ଏବଂ ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ଲୋକଙ୍କୁ ବୁଝାସୁଝା କରି ସିନ୍ ରୁ କିଛି ଅଂଶ କାଟି ପୁଣି ଯାତ୍ରା ପରିବେଷଣ କରାଯାଇଥିଲା। ଯାତ୍ରାରେ ଅଶ୍ଳୀଳତା ପରେ ଏବେ ଓଡ଼ିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥଙ୍କୁ ଅପମାନିତ କରି ନାଟକ ହେବା ଅତ୍ୟନ୍ତ ନିନ୍ଦନୀୟ ବୋଲି ଅଭିଯୋଗ ଆସିଛି ।

ଅଧିକ ପଢନ୍ତୁ

Odisha Darpan Digital