ପୁଣି ଲିଙ୍ଗରାଜ ମନ୍ଦିରରେ ନୀତି ବିଭ୍ରାଟ

ଲିଙ୍ଗରାଜ ମନ୍ଦିରରେ ଗତକାଲି ଠାରୁ ମହାପ୍ରଭୁଙ୍କର ନୀତିକାନ୍ତି ବନ୍ଦ ରହିଛି । ବିଧି ଅନୁସାରେ ଗତକାଲି ଲିଙ୍ଗରାଜଙ୍କ ଅଧିବାସ ପୂଜା ଅନୁଷ୍ଠିତ ହେବାପରେ ଅନ୍ୟାନ୍ୟ ନୀତିକାନ୍ତି ହୋଇଥାଏ ।କିନ୍ତୁ ବାବା ଲିଙ୍ଗରାଜଙ୍କ ମଙ୍ଗଳ ଆଳତି ହୋଇନାହିଁ । ବଡୁ ସେବାୟତଙ୍କ ପାଇଁ ଏଭଳି ସ୍ଥିତି ଉପୁଜୁଥିବା କହିଛନ୍ତି ପୂଜାପଣ୍ଡା। ଅଧିବାସ ପୂଜା ନୀତି କରାଇନଦେବାରୁ ନୀତି ବନ୍ଦ ରହିଛି ।

ମନ୍ଦିର ନିର୍ମାଣ ହେବା ଦିନରୁ ଅଧିବାସ ପୂଜା ଚାଲିଛି କିନ୍ତୁ ବଡୁ ସେବାୟତ କହୁଛନ୍ତି ଏଭଳି କୌଣସି ବିଧି ନାହିଁ ।୨୦୧୦ରୁ ଅଫିସିଆଲ୍ ସାଇଟରେ ମଧ୍ୟ ପୂଜାର ନୀତି ବାବଦରେ ଲେଖା ରହିଛି। କିନ୍ତୁ ବଡୁ ସେବାୟତ ଅଯଥା ଯୁକ୍ତି କରି ନୀତି ବନ୍ଦ କରିଥିବା ଅଭିଯୋଗ ଆଣିଛନ୍ତି ପୂଜାପଣ୍ଡା। ପୂର୍ବରୁ ପଇତା ଲାଗି ନୀତିକୁ ନେଇ ଥାନାରେ ମାମଲା ଚାଲିଥିବା ବେଳେ ପୁନର୍ବାର ଆଉ ଏକ ସମସ୍ୟା ଦେଖାଦେଇଛି ।

ଅଧିକ ପଢନ୍ତୁ

Odisha Darpan Digital