ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆଜି ପୁଣି ଲୋକଙ୍କ ଦୁଃଖ ଶୁଣିଛନ୍ତି ମୋହନ ମାଝୀ । ପୁଳା ପୁଳା ଅଭିଯୋଗ ନେଇ ଲୋକେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଆସିଥିଲେ । ଲୋକଙ୍କ ଅଭିଯୋଗର ୯୬ପ୍ରତିଶତ ସମାଧାନ ହୋଇଛି ବୋଲି ସରକାର ଦାବି କରିଛନ୍ତି ।ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ମାଧ୍ୟମରେ ଗତ ୧୪ଟି ପାଳି ସୁଦ୍ଧା ଗ୍ରହଣ କରାଯାଇଥିବା ୧୨,୯୫୦ଟି ଅଭିଯୋଗ ମଧ୍ୟରୁ ୧୨,୩୭୧ଟି ଅଭିଯୋଗର ସମାଧାନ କରାଯାଇଛି । ଯାହା ଶତକଡ଼ା ୯୬ ପ୍ରତିଶତ ଅଟେ । ବାକି ରହିଥିବା ୫୭୯ଟି ଅଭିଯୋଗ ପ୍ରକ୍ରିୟା ମଧ୍ୟରେ ରହିଛି। ଲୋକଙ୍କ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିୟମିତ ପ୍ରୟାସ ଯୋଗୁଁ ସରକାରଙ୍କ ପ୍ରତି ଲୋକଙ୍କ ଆସ୍ଥା ବୃଦ୍ଧି ପାଇଛି।ଅଭିଯୋଗ ଶୁଣାଣି ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଯେଉଁ ସମସ୍ୟା ଜିଲ୍ଲା ସ୍ତରରେ ହୋଇପାରିବ ସେଠାରେ ସମାଧାନ ହେଉ । ଭୁବନେଶ୍ୱରକୁ କେବଳ ବଡ଼ ବଡ଼ ଜଟିଳ ମାମଲା ଆସିବ । ଆଜି ମୁଖ୍ୟମନ୍ତ୍ରୀଙ୍କ ଅନେକ ସରକାରୀ କାମ ଥିଲା । ତାସତ୍ତ୍ୱେ ସରକାରଙ୍କ ଅଭିଯୋଗ ଶୁଣିବା ସରକାରଙ୍କ ମୂଳ ଲକ୍ଷ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
