ପୁଣି ଶ୍ରୀମନ୍ଦିର ଭିତରେ ମୋବାଇଲ୍‌ ଫୋନ୍ । ଫଟୋ ଉଠାଇବା ସମୟରେ ଜଣେ ଗୁମାସ୍ତା ଅଟକ

ଶ୍ରୀମନ୍ଦିର ଭିତ ଫଟୋ ଉଠାଇବା ପଡ଼ିଲା ମହଙ୍ଗା। ଗୁମାସ୍ତାକୁ ଉଠାଇ ଆଣିଲା ସିଂହଦ୍ବାର ଥାନା ପୁଲିସ। ପ୍ରତିହାରୀ ନିଯୋଗ ନିକଟରେ ଫଟୋ ଉଠାଉ ଥିବା ବେଳେ ଦେଖି ସୂଚନା ଦେଇଥିଲେ ସେବାୟତ। ସିଂହଦ୍ୱାର ଥାନାରେ ଅଟକ ରଖି ଜେରା କରୁଛି ପୋଲିସ ।ସୂଚନାମୁତାବକ, ମଙ୍ଗଳବାର ଶ୍ରୀମନ୍ଦିର ଭିତରେ ଜ​‌ଣେ ଗୁମାସ୍ତା ଯାତ୍ରୀଙ୍କୁ ମହାପ୍ରଭୁଙ୍କ ଦର୍ଶନ କରାଇଥିଲେ। ପ୍ରତିହାରୀ ନିଯୋଗ ନିକଟରେ ନେଇ ଯାତ୍ରୀଙ୍କ ଫଟୋ ଉଠାଉଥିଲେ। ଏହି ସମୟରେ ସେବାୟତମାନେ ତାଙ୍କୁ ବାରଣ କରିବା ସହ ସିଂହଦ୍ବାର ଥାନାରେ ଖବର ଦେଇଥିଲେ। ତେବେ କେଉଁ ପରିସ୍ଥିତିରେ ମନ୍ଦିର ଭିତରେ ଯାତ୍ରୀ ଫଟୋ ଉଠାଉଥିଲେ। ତାହାକୁ ନେଇ ପଚରାଉଚରା ଚାଲିଛି।ଅଟକ ଗୁମାସ୍ତାଙ୍କ ପରିଚୟ ମିଳିନାହିଁ।

ଅଧିକ ପଢନ୍ତୁ

Odisha Darpan Digital