ପୁଣି ସୁନା ଗ୍ରାମ ପ୍ରତି ବଢିଲା ୧୦୦୦ ଟଙ୍କା

ସୁନା ଦାମ୍ ଦିନକୁ ଦିନ ବଢିବାରେ ଲାଗିଛି । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧, ୦୨,୩୩୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୯୩ ,୮୦୦ ଟଙ୍କା ଛୁଇଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧, ୦୨,୩୩୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୯୩ ହଜାର ୮୦୦ ଟଙ୍କାକୁ ପହଞ୍ଚିଛି ।୧୮ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ୍‌କୁ ୭୬,୭୫୦ ଟଙ୍କା ରହିଛି । ଗତକାଲି ୭୫,୯୭୦ ଟଙ୍କା ଥିଲା । ଏଥିରେ ୭୮୦ ଟଙ୍କା ବୃଦ୍ଧି ହୋଇଛି ।ସେହିପରି ରୁପା ଦାମ୍‌ ମଧ୍ୟ ବୃଦ୍ଧି ପାଇଛି । ୧୦୦ ଗ୍ରାମ୍‌ ରୁପା ଦାମ୍‌ ୧୨,୯୦୦ ଟଙ୍କା ରହିଛି । ଗତକାଲି ୧୨,୮୦୦ ଟଙ୍କା ଥିଲା । ଏଥିରେ ୧୦୦ ଟଙ୍କା ବୃଦ୍ଧି ହୋଇଛି ।

ଅଧିକ ପଢନ୍ତୁ

kc ads