ପୁଣି ସୋସିଆଲ ମିଡିଆରେ ଶ୍ରୀମନ୍ଦିର ଭିତର ଫଟୋ, ସେୟାର କଲେ ସିକିମ୍ ମୁଖ୍ୟମନ୍ତ୍ରୀ

ପୁଣି ପୁରୀ ଶ୍ରୀମନ୍ଦିର ଭିତର ବେଢା ଫଟୋ ସୋସିଆଲ ମିଡିଆରେ ଅପଲୋଡ ହୋଇଛି । ସିକିମ୍ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗ ଶୁକ୍ରବାର ପୁରୀର ଜଗନ୍ନାଥ ମନ୍ଦିର ପରିଦର୍ଶନ କରି ମହାପ୍ରଭୁଙ୍କ ଆଶିଷ ଲଭିଥିବା ବେଳେ ଶ୍ରୀମନ୍ଦିର ପରିସରରୁ ଉଠାଯାଇଥିବା ତାଙ୍କ ଫଟୋ ତାଙ୍କ ଅଫିସିଆଲ୍ ଫେସବୁକ୍ ପେଜରେ ସେୟାର କରାଯାଇଥିଲା । ଯାହାକୁ ନେଇ ବିବାଦ ସୃଷ୍ଟି ହେବା ପରେ ବର୍ତ୍ତମାନ ସେ ଏହି ପୋଷ୍ଟଟିକୁ ଡିଲିଟ୍ କରିଦେଇଛନ୍ତି । ତଥାପି ଏହି ପ୍ରସଙ୍ଗ ପୁଣି ଥରେ ଶ୍ରୀମନ୍ଦିର ନିୟମ ପାଳନ ନେଇ ପ୍ରଶ୍ନ ସୃଷ୍ଠି କରିଛି ।ତେବେ ମୁଖ୍ୟମନ୍ତ୍ରୀ ତମାଙ୍ଗ ଶୁକ୍ରବାର ଦିନ ପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା କରିବା ପାଇଁ ମନ୍ଦିର ପରିଦର୍ଶନ କରିଥିଲେ। ତାଙ୍କ ଗସ୍ତ ସମୟରେ, ଭିତର ବେଢାରେ ଉଠାଯାଇଥିବା ଫଟୋଗ୍ରାଫ୍ ତାଙ୍କ ଫେସବୁକ୍ ଆକାଉଣ୍ଟରେ ଅପଲୋଡ୍ ହୋଇଥିବା ଅଭିଯୋଗ ହୋଇଛି। ଫଟୋଗୁଡ଼ିକ ମନ୍ଦିର ପରିସରରେ ଥିବା ମା ମଙ୍ଗଳା ମନ୍ଦିର ନିକଟରେ ନିଆଯାଇଥିବା କୁହାଯାଉଛି । ତମାଙ୍ଗଙ୍କ ଫେସବୁକରେ ଅପଲୋଡ ହୋଇଥିବା ପୋଷ୍ଟଟିରେ ଲେଖାଯାଇଥିଲା, “ଶାନ୍ତି, ଭକ୍ତି ଏବଂ ଆଧ୍ୟାତ୍ମିକ ଶକ୍ତି ବିକିରଣ କରୁଥିବା ପବିତ୍ର ଜଗନ୍ନାଥ ମନ୍ଦିରକୁ ଦର୍ଶନ କରି ସେ ଧନ୍ୟ ଅନୁଭବ କରିଛନ୍ତି । ଯାହା ଭାଇରାଲ ହେବା ପରେ ଅନେକ ମହଲରୁ ଏହାକୁ ସମାଲୋଚନା କରାଯାଇଛି ।

ଅଧିକ ପଢନ୍ତୁ