ପୁଣି ହାତକୁ ଦୁଇ ହାତ ହେବେ ଅନୁଭବ

ବାନ୍ଧବୀ ଜାଗୃତିଙ୍କ ସହ ଦିତୀୟ ଇନିଂସ ଆରମ୍ଭ କରିବେ ସୁପରଷ୍ଟାର ! ପୁଣି ବିବାହ ବନ୍ଧନରେ ବାନ୍ଧିହେବେ ଅନୁଭବ ମହାନ୍ତି । ‘ଆଇ ଲଭ ୟୁ’ ଷ୍ଟାର ଅନୁଭବଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଆଉ ଚର୍ଚ୍ଚାର କାରଣ ସାଜିଛନ୍ତି ତାଙ୍କର ବାନ୍ଧବୀ ଜାଗୃତି ଶୁକ୍ଲା । ଆଜି ଭୁବନେଶ୍ବରର ଏକ ତାରକା ହୋଟେଲରେ ଉଭୟଙ୍କ ନିର୍ବନ୍ଧ ହେବ ବୋଲି ମଧ୍ୟ କୁହାଯାଉଛି ।

୧୧ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହେବେ ଦୁଇ ଲଭ୍ ବାର୍ଡ । ଏ ସମ୍ପର୍କରେ ଅନୁଭବ କିମ୍ବା ଜାଗୃତି ସୋସିଆଲ ମିଡିଆରେ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି । ଦୀର୍ଘ ଦିନ ହେଲା ଯାହା ଚର୍ଚ୍ଚା ହେଉଥିଲା ତାହା ଏବେ ସତ ହେବାକୁ ଯାଉଥିବା କୁହାଯାଉଛି।ତେବେ ଗଣମାଧ୍ୟମକୁ ଦେଇ ଥିବା ଏକ ସାକ୍ଷାତକାରକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି । ସାକ୍ଷାତକାରରେ ବିବାହ କଥାକୁ ଅସ୍ୱୀକାର କରି ନାହାନ୍ତି ଜାଗୃତି ଶୁକ୍ଲା । ତାଙ୍କ କଥାରୁ ଅନୁଭବଙ୍କୁ ଜାଗୃତି ବିବାହ କରିବେ ବୋଲି ଫ୍ୟାନ୍ସ ମାନେ ଚର୍ଚ୍ଚା କରୁଛନ୍ତି । ଯଦିଓ ଏହି କଥାକୁ ସ୍ପଷ୍ଟ କରି ନାହାନ୍ତି ଉଭୟ ଜାଗୃତି ଓ ଅନୁଭବ କିନ୍ତୁ ସୁପରଷ୍ଟାରଙ୍କ ବିବାହ ଖବର ଶୁଣି ଖୁବ୍ ଖୁସି ପ୍ରଶଂସକ ।

ଅଧିକ ପଢନ୍ତୁ