ପୁଣି ୨ ଦିନ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ।

୨ ଦିନ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାମ । ଶ୍ରୀମନ୍ଦିରରେ ଗଜଉଦ୍ଧାରଣ ବେଶ ସମ୍ପର୍କିତ ବିଶେଷ ନୀତି ଥିବାରୁ ଦୁଇ ଦିନ ପାଇଁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ବନ୍ଦ ରହିବ ।ଏଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ସୂଚନାଯୋଗ୍ୟ, ଶ୍ରୀପଞ୍ଚମୀ ଓ ବନକଲାଗି ଆଦି ବିଶେଷ ନୀତିକାନ୍ତିକୁ ଦୃଷ୍ଟିରେ ରଖି ଫେବ୍ରୁଆରି ୨ ଏବଂ ୩ ତାରିଖ ତଥା ଫେବୃଆରୀ ୫ ଓ ୬ ତାରିଖ ରତ୍ନଭଣ୍ଡାର ମରାମତି କାମ ସ୍ଥଗିତ ରଖାଯାଇଥିଲା। ଏହି ଦିନ ବ୍ୟତୀତ ଅନ୍ୟ ଦିନରେ ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଏବଂ ଶ୍ରୀମନ୍ଦିର ପ୍ରଶାସନ ବ୍ୟବସ୍ଥା ଅନୁସାରେ ରତ୍ନଭଣ୍ଡାର ମରାମତି କାମ ଚାଲୁ ରହିବ ବୋଲି କୁହାଯାଇଥିଲା।

ଅଧିକ ପଢନ୍ତୁ

Odisha Darpan Digital