ବ୍ରହ୍ମପୁର ଏମକେସିଜିରେ ଏମବିବିଏସ ଦ୍ୱିତୀୟ ବର୍ଷ ଛାତ୍ରଙ୍କୁ ରାଗିଂ ଅଭିଯୋଗ । ବିଭିନ୍ନ ହଷ୍ଟେଲର ଏକାଧିକ ଛାତ୍ରଙ୍କୁ ରାଗିଂ ହୋଇଥିବା ଅଭିଯୋଗ । ନ୍ୟାସନାଲ ମେଡିକାଲ କାଉନ୍ସିଲ ନିକଟରେ ଅଭିଭାବକଙ୍କ ଅଭିଯୋଗ । ସୂଚନାଯୋଗ୍ୟ ଯେ, ପ୍ରଥମ ବର୍ଷର ଛାତ୍ର ମାନେ ଦ୍ବିତୀୟ ବର୍ଷକୁ ଉତ୍ତୀର୍ଣ୍ଣ ହେବା ପରେ ସେମାନଙ୍କ ହଷ୍ଟେଲ ପରିବର୍ତ୍ତନ କରାଯାଇଥିଲା । କ୍ୟାବିନ ବ୍ଲକରୁ ଦ୍ବିତୀୟ ବର୍ଷର ଛାତ୍ରଙ୍କୁ ତିନୋଟି ହଷ୍ଟେଲକୁ ପଠାଯାଇଥିବା ବେଳେ ସିନିୟର ମାନେ ସେଠାର ରାଗିଂ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗକୁ ନେଇ ଦ୍ବିତୀୟ ବର୍ଷର ଛାତ୍ରମାନଙ୍କ ଅଭିଭାବକ ଆଣ୍ଟି ରାଗିଂ ସେଲ୍ରେ ଅଭିଯୋଗ କରିଥିବା ମେଡିକାଲ କଲେଜ ଅଧ୍ୟକ୍ଷା କହିଛନ୍ତି ।ସୂଚନାଯୋଗ୍ୟ, କିଛି ଦିନ ତଳେ ଏମକେସିଜି ମେଡିକାଲ କଲେଜର ରୁଦ୍ର ରାଉତ ନାମକ ଜଣେ ଦ୍ବିତୀୟ ବର୍ଷର ଛାତ୍ରଙ୍କୁ ରାଗିଂ ରାଗିଂ ସହ ଆକ୍ରମଣ ହୋଇଥିଲା । ଅଭିଯୁକ୍ତ ୪ ସିନିଅର୍ ଛାତ୍ରଙ୍କୁ କ୍ୟାମ୍ପସ୍ରୁ ବ୍ୟାନ୍ କରାଯାଇଥିଲା। ତଦନୁଯାୟୀ, ଚତୁର୍ଥ ବର୍ଷ ଛାତ୍ର ଷ୍ଟାଲିନ ମହାପାତ୍ର ଓ ଜ୍ୟୋତିପ୍ରକାଶ ରାଉତ ୨ମାସ ପର୍ଯ୍ୟନ୍ତ କ୍ୟାମ୍ପସ୍ରେ ପ୍ରବେଶ କରିପାରିବେ ନାହିଁ। ଉଭୟଙ୍କୁ ହଷ୍ଟେଲ ଛାଡ଼ିବା ସହ କ୍ଲାସ୍କୁ ନ ଆସିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଥିଲା।