କୃଷି କ୍ଷେତ୍ରରେ ନୂତନତ୍ୱ ସୃଷ୍ଟି କରିବା ପାଇଁ କେନ୍ଦ୍ର ସରକାର ମଇ ୨୯ରୁ ଏକ ପାନ୍-ଇଣ୍ଡିଆ ଅଭିଯାନ—‘ବିକଶିତ କୃଷି ସଂକଳ୍ପ ଅଭିଯାନ’ ଆରମ୍ଭ କରିବ।ଆସନ୍ତା ମେ ମାସ ୨୯ ତାରିଖରୁ ୧୨ ଜୁନ ପର୍ଯ୍ୟନ୍ତ ଏହି ଅଭିଯାନ ସାରା ଦେଶରେ ଚାଲିବ । ଏହି ବିକଶିତ କୃଷି ସଂକଳ୍ପ ଅଭିଯାନ ଓଡ଼ିଶାର ଐତିହ୍ୟ ସହର ପୁରୀରୁ ଆରମ୍ଭ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଭାସୀ ମାଧ୍ୟମରେ ଅଭିଯାନର ଶୁଭାରମ୍ଭ କରିବେ । କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଏହାକୁ ସାଫଲ୍ୟ ମଣ୍ଡିତ କରିବେ । ଏହି ଅଭିଯାନ ସାଖିଗୋପାଳର ବୀରଗୋବିନ୍ଦପୁର କୃଷି ବିଜ୍ଞାନ କେନ୍ଦ୍ରରେ ଶୁଭାରମ୍ଭ ହେବ।
ଏହା ସହିତ, କୃଷି ରଥକୁ ପତାକା ଦେଖାଇ ଶୁଭାରମ୍ଭ କରାଯିବ। ପରେ, କେନ୍ଦ୍ର କୃଷି ମନ୍ତ୍ରୀ ସିଆଇଏଫଏ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହା ବ୍ୟତୀତ, ସେ ସେନ୍ଟ୍ରାଲ ହର୍ଟିକଲଚରାଲ ଏକ୍ସପେରିମେଣ୍ଟ ଷ୍ଟେସନରେ ଏକ ଆମ୍ବ ଉତ୍ସବରେ ଏବଂ ଓୟୁଏଟି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ସମସ୍ତ କାର୍ଯ୍ୟକ୍ରମରେ ‘ଏକ ପେଡ଼ ମାଁ କେ ନାମ’ ଅଭିଯାନ ଅଧୀନରେ ଗଛ ରୋପଣ ଅନ୍ତର୍ଭୁକ୍ତ। ଏହି ସମସ୍ତ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଛାତ୍ର ଓ କୃଷକ ମଧ୍ୟ ଅଂଶଗ୍ରହଣ କରିବେ।