ପୁରୀରେ କାର୍ତ୍ତିକ ବ୍ରତ ପାଳନ ପାଇଁ ହବିଷ୍ୟାଳୀ ଯୋଜନା କାର୍ଯ୍ୟକାରୀ ହେବ।

ହବିଷ୍ୟାଳିଙ୍କ ସୁବିଧା ପାଇଁ ତଥା କାର୍ତ୍ତିକ ବ୍ରତ ପାଇଁ ପୁରୀରେ ଚଳିତ ବର୍ଷଠୁ ଆରମ୍ଭ ହେବ ନୂଆ ବ୍ୟବସ୍ଥା । ଚଳିତ ବର୍ଷ କାର୍ତ୍ତିକ ବ୍ରତ ପାଳନ ପାଇଁ ପୁରୀରେ ସମ୍ପୂର୍ଣ୍ଣ ମାଗଣାରେ ହବିଷ୍ୟାଳୀ ମାଆମାନଙ୍କୁ ରଖିବା ପାଇଁ ହବିଷ୍ୟାଳୀ ଯୋଜନା କାର୍ଯ୍ୟକାରୀ ହେବ। ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଅନୁମତି ମିଳିବା ପରେ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଆସନ୍ତା ଅକ୍ଟୋବର ୧୮ ତାରିଖରୁ ହବିଷ୍ୟାଳୀ ଶିବିର ଆରମ୍ଭ ହେବ। ଚଳିତ ୨୫୦୦ ହବିଷ୍ୟାଳୀ ମାଆମାନଙ୍କୁ ସ୍ବତନ୍ତ୍ର ହବିଷ୍ୟାଳୀ ଶିବିରରେ ରଖାଯିବ। ସେହିପରି ଚଳିତବର୍ଷ ଅଧିକ ହବିଷ୍ୟାଳୀ ମାଆମାନଙ୍କୁ ସାମିଲ କରିବା ପାଇଁ ସରକାରଙ୍କ ଲକ୍ଷ ରହିଛି। ହବିଷ୍ୟାଳୀ ଶିବିରରେ ପ୍ରାଥମିକ ସ୍ବାସ୍ଥ୍ୟ ସେବା, ସୁରକ୍ଷା ପାଇଁ ପୋଲିସ ମୁତୟନ ସହ ଅଗ୍ନିଶମ ବାହିନୀକୁ ମଧ୍ୟ ମୁତୟନ କରାଯିବ। ପାଲା, ଦାସ କାଠିଆ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯିବ। କାର୍ତ୍ତିକ ବ୍ରତଧାରୀ ହବିଷ୍ୟାଳୀ ମାଆମାନଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ରହିବା ସହିତ ମହାପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ ହେବ।ସେହିପରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ହବିଷ୍ୟାଳୀ ମାଆମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହେବ। ହବିଷ୍ୟାଳୀ ମାଆ ମାନଙ୍କୁ ସହଯୋଗ କରିବା ପାଇଁ ସ୍ବେଛାସେବୀ ମାନଙ୍କୁ ମୁତୟନ କରାଯିବ। ହବିଷ୍ୟାଳୀ ଶିବିର ରୁ ଶ୍ରୀମନ୍ଦିରକୁ ଯାତାୟତ ପାଇଁ ସ୍ବତନ୍ତ୍ର ବସ୍ ର ବ୍ୟବସ୍ଥା କରାଯିବ। ନରେନ୍ଦ୍ର ପୁଷ୍କରିଣୀରେ ହବିଷ୍ୟାଳୀ ମା ମାନଙ୍କ ସୁରକ୍ଷିତ ସ୍ନାନ ପାଇଁ ଏବଂ କୌଣସି ଅଘଟଣକୁ ରୋକିବା ପାଇଁ ଅଗ୍ନିଶମ ବାହିନୀକୁ ମୁତୟନ କରାଯିବ।ଖୁବଶୀଘ୍ର ସ୍ବତନ୍ତ୍ର ପଞ୍ଜୀକରଣ ପୋର୍ଟାଲ୍‌ରେ ହବିଷ୍ୟାଳିଙ୍କ ନାମ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେବ। ପ୍ରତି ଜିଲ୍ଲାରୁ ହବିଷ୍ୟାଳିମାନେ ଏଥିରେ ନାମ ପଞ୍ଜୀକରଣ କରିପାରିବେ। ଯେଉଁମାନେ ପଞ୍ଜୀକରଣ କରିବେ କେବଳ ସେହିମାନଙ୍କ ପାଇଁ ହବିଷ୍ୟାଳି କେନ୍ଦ୍ରରେ ରହିବାର ବ୍ୟବସ୍ଥା କରାଯିବ। ପଞ୍ଜୀକରଣ ସମୟରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପ୍ରମାଣପତ୍ରକୁ ଗୁରୁତ୍ବ ଦିଆଯାଇଛି।

ଅଧିକ ପଢନ୍ତୁ

Odisha Darpan Digital