ପୁରୀରେ ପୁଣି ହତ୍ୟାକାଣ୍ଡ । ସ୍ବର୍ଗଦ୍ବାର ସାମ୍ନାରେ ଗଡ଼ିଲା ମୁଣ୍ଡ । ମୃତକ ହେଉଛନ୍ତି ଭଦ୍ରକ ଜିଲ୍ଲା ବନ୍ତ ଥାନା ଆପଣ୍ଡା ଗାଁର ର ରଞ୍ଜନ କୁମାର ଦାସ । ରଞ୍ଜନ ତାଙ୍କର ଜଣେ ସମ୍ପର୍କୀୟଙ୍କର ଶେଷକୃତ୍ୟ କରିବାକୁ ପୁରୀ ସ୍ବର୍ଗଦ୍ବାର ଆସିଥିଲେ।ସୂଚନାଯୋଗ୍ୟ ଯେ, ଜଣେ ସମ୍ପର୍କୀୟଙ୍କ ଶେଷକୃତ୍ୟ କରିବାକୁ ସ୍ୱର୍ଗଦ୍ବାର ଆସିଥିଲେ ମୃତ ଯୁବକ ରଞ୍ଜନ । ତେବେ ସମ୍ପର୍କୀୟଙ୍କ ଶେଷକୃତ୍ୟ ସାରି ସ୍ବର୍ଗଦ୍ବାର ବାହାରକୁ ଆସିବା ପରେ ଜଣେ ଯୁବକଙ୍କ ସହ ତାଙ୍କର ବଚସା ହୋଇଥିଲା । ବଚସା ପରେ ରଞ୍ଜନଙ୍କୁ ଛୁରୀରେ ଆକ୍ରମଣ କରିଥିଲା ଦୁର୍ବୁତ୍ତ । ଘଟଣାସ୍ଥଳରେ ହିଁ ରଞ୍ଜନଙ୍କ ମୃତ୍ୟୁ ହୋଇଯାଇଥିଲା ।
