ପୁରୀରେ ମଦ ଦୋକାନ ଉପରେ ଲାଗିଲା କଟକଣା !

ଆଉ କିଛି ଦିନ ପରେ ରଥଯାତ୍ରା । ନିଶା କାରବାରକୁ ନିୟନ୍ତ୍ରଣ କରିବା ଲାଗି ଏବେଠୁ ସତର୍କ ହେଲାଣି ଅବକାରୀ ବିଭାଗ । ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ପକ୍ଷରୁ ପୁରୀ ପୌରାଞ୍ଚଳରେ ଥିବା ୩୧ଟି ମଦ ଦୋକାନକୁ ବନ୍ଦ ରଖିବା ଲାଗି ନିର୍ଦ୍ଦେଶ ଜାରି କରାଯାଇଛି । ଶ୍ରୀକ୍ଷେତ୍ରରେ ଥିବା ସମସ୍ତ ବିଦେଶୀ, ଦେଶୀ ମଦ ଦୋକାନ ଓ ବାର୍‌କୁ ୪ ଦିନ ବନ୍ଦ ରହିବ ବୋଲି କହିଛନ୍ତି ଜିଲ୍ଲା ଅବକାରୀ ଅଧୀକ୍ଷକ । ରଥଯାତ୍ରା ପୂର୍ବଦିନ ଅର୍ଥାତ୍‌ ଜୁନ୍‌ ୨୬ ତାରିଖ ଅପରାହ୍ନ ୪ଟାରୁ ୨୭ ତାରିଖ ଓ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ତିନି ରଥ ପହଞ୍ଚିବା ପର୍ଯ୍ୟନ୍ତ ସମସ୍ତ ଦୋକାନ ବନ୍ଦ ରହିବ । ସେହିଭଳି ବାହୁଡ଼ାଯାତ୍ରା ପୂର୍ବଦିନ ଜୁଲାଇ ୪ ତାରିଖ ଅପରାହ୍ନ ୪ଟାରୁ ୫ ତାରିଖ ବାହୁଡା ଯାତ୍ରା ଓ ୬ ତାରିଖ ସୁନାବେଶ ଦିନ ଏହି ସମସ୍ତ ଦୋକାନ ଓ ବାର୍‌ ବନ୍ଦ ରହିବ । ଶ୍ରୀକ୍ଷେତ୍ର ସମେତ ସହର ନିକଟବର୍ତ୍ତୀ ଚନ୍ଦନପୁର, ଜାନକାଦେଇପୁର ଓ ବଳିଆପଣ୍ଡା ରୟାଲ ପ୍ୟାଲେସ ରେଷ୍ଟୁରାଣ୍ଟ ଏବଂ ତୋଷାଳିସ୍ୟାଣ୍ଡ ପର୍ଯ୍ୟନ୍ତ ଏହି କଟକଣା ଲାଗୁ ହୋଇଛି ।

ଅଧିକ ପଢନ୍ତୁ

kc ads