ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପ୍ରସଙ୍ଗ । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଛି କମିଟି । AI ଟେକ୍ନୋଲଜିର ମାଧ୍ୟମରେ ଉନ୍ନତ ଜ୍ଞାନକୌଶଳ ପ୍ରୟୋଗ କରାଯାଇ ଶ୍ରୀମନ୍ଦିର ଭିତରେ ଭିଡ ନିୟନ୍ତ୍ରଣ କରାଯିବ । ଶ୍ରୀମନ୍ଦିର ଭିତର ବାହାର ବିଶେଷ କରି ଚାରିଦ୍ବାର ସହିତ ଗୁମୁଟ, ବାଇଶି ପାହାଚ, କୀର୍ତ୍ତନ ଚକଡ଼ାରେ ଏହି ନୂତନ କ୍ୟାମେରା ଲଗାଯିବ। ଏନେଇ ସୂଚନା ପୁରୀ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସୂଚନା ଦେଇଛନ୍ତି।ଚାରିଦ୍ୱାର ଦେଇ ମନ୍ଦିର ଭିତରକୁ ଏକାଥରେ ଲୋକେ ପ୍ରବେଶ କରିବାରୁ ପ୍ରବଳ ଭିଡ଼ କାରଣରୁ ଦର୍ଶନ କରିବା ଲାଗି ଯାଉଥିବା ଭକ୍ତମାନେ ପ୍ରବଳ ଅସୁବିଧାର ସମ୍ମୁଖୀନ ହେଉଥିବା ଖବର ଆସିଥିଲା।
ଏହାସହିତ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ପରେ ପୁରୀରେ ଭକ୍ତଙ୍କ ଭିଡ଼ ବଢ଼ିଚାଲିଛି। ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ଶ୍ରୀଜୀଉଙ୍କୁ ଦର୍ଶନ କରି ଆଶୀର୍ବାଦ ନେଉଛନ୍ତି। ତେବେ ମୋବାଇଲ ଫୋନ ଚିହ୍ନଟ କରିପାରୁଥିବା AI ଜ୍ଞାନକୌଶଳ କ୍ୟାମେରା ମଧ୍ୟ ଶ୍ରୀମନ୍ଦିରରେ ଲଗାଯିବା ନେଇ ଯୋଜନା ଚାଲିଥିବା ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ।