ପୁରୀରେ ସୃଷ୍ଟି ହେବ ନିଯୁକ୍ତି ସୁଯୋଗ

ଶ୍ରୀକ୍ଷେତ୍ର ପୁରୀ ପାଇଁ ବଡ ଘୋଷଣା କରିଛନ୍ତି ରାଜ୍ୟ ସରକାର । ପୁରୀରେ ସୃଷ୍ଟି ହେବ ନିଯୁକ୍ତି ସୁଯୋଗ। ଶ୍ରୀମନ୍ଦିର ସୁରକ୍ଷା ଓ ଦର୍ଶନ ଗହଳିକୁ ଶୃଙ୍ଖଳିତ କରିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ସୱତନ୍ତ୍ର ଶ୍ରୀମନ୍ଦିର ସୁରକ୍ଷା ବାହିନୀରେ ନିଯୁକ୍ତି ଲାଗି ବିଜ୍ଞପ୍ତି ପ୍ରକାଶ ।ଏଥିପାଇଁ ମୋଟ ୧୦୮୩ ପଦବି ସୃଷ୍ଟି କରାଯାଇଛି । ଏଥିରେ ବିଭିନ୍ନ ବର୍ଗର ଅଧିକାରୀ ଓ କର୍ମଚାରୀମାନଙ୍କୁ ନିୟୋଜିତ କରାଯିବ ।ଏହି ପଦବି ମଧ୍ୟରେ ରହିଛି ଷ୍ଟେଟ ଆର୍ମଡ କ୍ୟାଡରରୁ ଗୋଟିଏ କମାଣ୍ଡାଣ୍ଟ, ୨ଟି ଡେପୁଟି କମାଣ୍ଡାଣ୍ଟ, ୧୦ଟି ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ,୮ ଇନ୍ସପେକ୍ଟର, ୩୧ ସବ ଇନ୍ସପେକ୍ଟର, ୨୪ ଆସିଷ୍ଟାଣ୍ଡ ସବ ଇନ୍ସପେକ୍ଟର ପଦବି । ସେହିଭଳି ଷ୍ଟେଟ କ୍ୟାଡର ଅଫ ସିଭିଲ ପୋଲିସରୁ ଗୋଟିଏ ସବ ଇନ୍ସପେକ୍ଟର, ୨ଟି ଆସିଷ୍ଟାଣ୍ଡ ସବ ଇନ୍ସପେକ୍ଟର, ଗୋଟିଏ ସବ ଇନ୍ସପେକ୍ଟର (ଆର୍ମୋରର), ଗୋଟିଏ ହାବିଲଦାର (ଆର୍ମୋରର), ୨ଟି ଆସିଷ୍ଟାଣ୍ଟ ଆର୍ମୋରର, ୧ସବଇନ୍ସପେକ୍ଟର (କମ୍ୟୁନିକେସନ) , ୪ ଆସିଷ୍ଟାଣ୍ଡ ସବ ଇନ୍ସପେକ୍ଟର (କମ୍ୟୁନିକେସନ) ନିଯୁକ୍ତ ହେବେ ।

ଏହାବାଦ ରାଜ୍ୟ ପିଏମଟି କ୍ୟାଡରରୁ ଜଣେ ସବ ଇନ୍ସପେକ୍ଟର ଏମଟି, ୯ ଡ୍ରାଇଭର ହାବିଲଦାର, ୧୮ ଡ୍ରାଇଭର ପଦବି ପୂରଣ ହେବ । ଫଳରେ ରୋଜଗାର ମଧ୍ୟ ସୃଷ୍ଟି ହେବ । ଏହାବାଦ ହାବିଲଦାର ୨୪୦, ବାଟାଲିଆନ କ୍ୟାଡରରୁ ସିପାହୀ ୭୨୦ ଜଣ ନିଯୁକ୍ତ ହେବେ । ଡିପିଓ କ୍ୟାଡରରୁ ମୁଖ୍ୟ କିରାଣି, ବରିଷ୍ଠ କିରାଣି ଓ ବରିଷ୍ଠ ଷ୍ଟେନୋଗ୍ରାଫର ପଦବି ପୂରଣ ହେବ ।

ଅଧିକ ପଢନ୍ତୁ