ପୁରୀ ଦଳଚକାଟା ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଲେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ

ରବିବାର ଶରଧାବାଲି ଅଘଟଣକୁ ନେଇ ରାଜ୍ୟ ରାଜନୀତିରେ ହଲଚଲ |ତେବେ ଏହି ଘଟଣାକୁ ନେଇ ବିରୋଧୀ ବିଜେଡି ଏବଂ କଂଗ୍ରେସ ରାଜ୍ୟ ସରକାରଙ୍କୁ ଘେରିଛନ୍ତି।ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ଏହି ଘଟଣାକୁ ବିଧାନସଭା ଓ ସଂସଦରେ ଉଠାଯିବ । ‘‘ସରକାର ବାକ୍ୟ ବୀର, କର୍ମ ବୀର ନୁହଁନ୍ତି। ରଥଯାତ୍ରା ସମ୍ପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ ଭାବରେ ହୋଇଛି। ଏଭଳି ଘଟଣା ଅକ୍ଷମଣୀୟ ବୋଲି ମୁଖ୍ୟମନ୍ତ୍ରୀ ମଧ୍ୟ ସ୍ୱୀକାର କରିଛନ୍ତି । ଲୋକ ଦେଖାଣିଆ ଭାବେ ଜିଲ୍ଲାପାଳ କି ଏସପିଙ୍କୁ ବଦଳି କରିବା ସମାଧାନ ନୁହେଁ । ଯେଉଁମାନେ କାର୍ଯ୍ୟରେ ଅବହେଳା କରିଛନ୍ତି, ସେମାନଙ୍କ ବିରୁଦ୍ଧାରେ କଠୋର କାର୍ଯ୍ୟାନୁଷ୍ଠାନ ହେବାର ଆବଶ୍ୟକତା ରହିଛି।’’

ଅନ୍ୟପଟେ ଗୁଣ୍ଡିଚା ମନ୍ଦିର ଆଗରେ ଘଟିଥିବା ଦୁର୍ଭାଗ୍ୟପୂର୍ଣ୍ଣ ଘଟଣାରେ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ସଂତୃପ୍ତ ମିଶ୍ର। ‘ଏକ୍ସ’ରେ ସେ ପୁରୀରେ ଘଟିଥିବା ଘଟଣା ଦୁର୍ଭାଗ୍ୟଜନକ ବୋଲି ବର୍ଣ୍ଣନା କରି ଏହା ସମସ୍ତଙ୍କୁ ମର୍ମାହତ କରିଛି ବୋଲି କହିଛନ୍ତି। ଏହା ସହ ସବୁ ଘଟଣାକୁ ପ୍ରଭୁଙ୍କ ଲୀଳା ବୋଲି କହି ଖସିଯିବାକୁ ସରକାର ଉଦ୍ୟମ କରିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ଉଲ୍ଲେଖ କରି ସରକାର ଇସ୍ତଫା ଦିଅନ୍ତୁ ବୋଲି କହିଛନ୍ତି ସଂତୃପ୍ତ।

ଅଧିକ ପଢନ୍ତୁ

kc ads