ଆଉ କିଛି ସମୟ ଭିତରେ ପୁରୀ ନିକଟରେ ଉପକୂଳ ଅତିକ୍ରମ କରିବ ଗଭୀର ଅବପାତ । ଏହି ସମୟରେ ପବନରେ ବେଗ ୫୦ରୁ ୬୦ କିମି ରହିବ । ଏହାସହ ଝଟକା ପବନ ୬୫ ରୁ ୭୦ କିମି ରହିବାର ସମ୍ଭାବନା ରହିଛି । ସମୁଦ୍ର ଅଶାନ୍ତ ଥିବାରୁ ଜିଲ୍ଲା ମତ୍ସ୍ୟ ବିଭିଗ ପକ୍ଷରୁ ସମୁଦ୍ର ଭିତରକୁ ମାଛ ମାରିବାକୁ ନଯିବା ପାଇଁ ଡାକାବାଜି ଯନ୍ତ୍ର ଯୋଗେ ସୂଚନା ଦିଆଯାଇଛି। ଆସନ୍ତା ୧୨ ତାରିଖ ଯାଏଁ ସମୁଦ୍ର ଭିତରକୁ ମାଛ ମାରିବାକୁ ନଯିବା ପାଇଁ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଯାହାଫଳରେ ଶହ ଶହ ମତ୍ସ୍ୟଜୀବୀ ହତାଶ ହୋଇ ହାତ ବାନ୍ଧି ବସିଛନ୍ତି। ଆସନ୍ତା ୧୨ ତାରିଖ ପରେ ସମୁଦ୍ର ଭିତରକୁ ମାଛ ମାରିବାକୁ ଯିବା ପାଇଁ ମତ୍ସ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।