ପୁରୀ ବଳଙ୍ଗା ପୀଡିତାଙ୍କ ପରଲୋକ

ପୁରୀ ବଳଙ୍ଗା ପୀଡିତାଙ୍କ ପରଲୋକ ଘଟିଥିବା ନେଇ ବଡ଼ ଖବର ସାମ୍ନାକୁ ଆସିଛି । ଦିଲ୍ଲୀ ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ବଳଙ୍ଗା ପୀଡିତାଙ୍କ ପରଲୋକ ଘଟିଛି । ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ଙ୍କ ସମସ୍ତ ପ୍ରଚେଷ୍ଟା ସତ୍ତ୍ବେ ତାଙ୍କୁ ବଞ୍ଚାଇବା ସମ୍ଭବପର ହୋଇ ନାହିଁ ।ଭୁବନେଶ୍ୱରର ଏମ୍‌ସରୁ ତାଙ୍କୁ ଦିଲ୍ଲୀ ଏମ୍‌ସକୁ ନିଆଯାଇଥିଲା। ସଂଧ୍ୟା ୬ଟା ୨୨ରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ଗତ ୧୯ ତାରିଖରେ ଘଟିଥିଲା ଘଟଣା । ନୂଆ ଗୋପାଳପୁର ଗାଁର ପୀଡ଼ିତା । କିରାସିନ ପକାଇ ପୋଡି ହୋଇଯାଇଥିଲେ । ପ୍ରଥମେ ପିପିଲି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ପରେ ଭୁବନେଶ୍ବର ଏମସକୁ ହୋଇଥିଲେ ସ୍ଥାନାନ୍ତର । ଶେଷରେ ଦିଲ୍ଲୀ ଏମସକୁ ହୋଇଥିଲେ ଏୟାରଲିଫ୍ଟ । ଘଟଣାର କ୍ରାଇମବ୍ରାଞ୍ଚ କରୁଥିଲା ତଦନ୍ତ । ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମଧ୍ୟ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ସେ ଲେଖିଛନ୍ତି, ‘ଏକ ଅଭାବନୀୟ ତଥା ଦୁର୍ଭାଗ୍ୟଜନକ ଅଘଟଣ ପରେ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିବା ବଳଙ୍ଗା ପୀଡ଼ିତାଙ୍କର ପରଲୋକ ଘଟିଛି। ଅମର ଆତ୍ମାର ସଦଗତି କାମନା କରିବା ସହ ଏ ଦୁଖଃଦ ପରିସ୍ଥିତିରେ ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି। ଡାକ୍ତରୀ ଦଳ ଏବଂ ସରକାରଙ୍କ ସମସ୍ତ ପ୍ରକାର ଚେଷ୍ଟା ସତ୍ତ୍ଵେ ବଞ୍ଚାଇ ପାରିନଥିବାରୁ ଆମେ ଅତ୍ୟନ୍ତ ଦୁଃଖିତ।’

ଅଧିକ ପଢନ୍ତୁ

kc ads