ପୁରୀ ବେଳାଭୁମିରେ ପର୍ଯ୍ୟଟକଙ୍କ ଆକ୍ରମଣରେ ଲାଇଫଗାର୍ଡ ଆହତ ହୋଇଛି । ୪ ନଂ ସେକ୍ଟରରେ ଜଣେ ପର୍ଯ୍ୟଟକ ତାଙ୍କ ଧର୍ମପତ୍ନୀଙ୍କୁ ସମୁଦ୍ର ବାରଣ କରିବାରୁ ଲାଇଫଗାର୍ଡଙ୍କୁ ଉଭୟ ସ୍ୱାମୀ ସ୍ତ୍ରୀ ଚପଲରେ ମାଡ ମାରିଥିବା ଅଭିଯୋଗ ହୋଇଛି ।ବାତ୍ୟାପ୍ରଭାବରେ ସମୁଦ୍ର ଅଶାନ୍ତ ରହିବା ଆଶଙ୍କା କରି ଏବଂ ସମସ୍ତ ପର୍ଯ୍ୟଟକଙ୍କ ଜୀବନକୁ ମୁଲ୍ୟବାନ ଭାବି ଗତକାଲି ଆଜି ଓ ଆସନ୍ତାକାଲି ସମୁଦ୍ର ସ୍ନାନ ଉପରେ କଟକଣା ଲଗାଇଛନ୍ତି ସରକାର । ଯାହାକୁ ଅନେକ ପର୍ଯ୍ୟଟକ ସ୍ୱାଗତ କରିଛନ୍ତି । ହେଲେ ପର୍ଯ୍ୟଟକଙ୍କ ଲାଇଫଗାର୍ଡ ପ୍ରତି ଏଭଳି ଦୁର୍ବ୍ୟବହାରକୁ ନିନ୍ଦା କରାଯାଇଛି । ଅନ୍ୟପଟେ ପୁରୀ ସମୁଦ୍ର କୂଳର ସମସ୍ତ ୧୪ ସେକ୍ଟରକୁ ରେଡ ଜୋନ ଘୋଷଣା କରାଯାଇଛି । ବାତ୍ୟା ପ୍ରଭାବରେ ସମୁଦ୍ର ଅଶାନ୍ତ ଥିବାରୁ ପର୍ଯ୍ୟଟକଙ୍କୁ ସମୁଦକୁ ବାରଣ କରାଯାଇଛି ।
