ଅବକାରୀ ନୀତିରେ ପରିବର୍ତ୍ତନ ଆଣିଲେ ରାଜ୍ୟ ସରକାର। ପୁରୀ ବେଳାଭୂମିରେ ମଦ ଦୋକାନ ଖୋଲିବା ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ମୋହନ ସରକାର। ପୁରୀ ବେଳାଭୂମିରେ ଖୋଲିବନି ମଦ କୁଡ଼ିଆ । ସଂଶୋଧିତ ବିଜ୍ଞପ୍ତି ପ୍ରକାଶ କଲେ ଅବକାରୀ କମିଶନର । ପୁରୀ ପୌରାଞ୍ଚଳରେ ସମୁଦ୍ର ବେଳାଭୂମିରେ ମଦ ଦୋକାନ ଖୋଲିବନି । ଏଥିସହ ସାମାଜିକ, ଧାର୍ମିକ, ସାଂସ୍କୃତିକ ଦିଗକୁ ଦେଖି ନୀତିରେ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର। ଧାର୍ମିକ ଅନୁଷ୍ଠାନ ସହ ଧାର୍ମିକ ଅନୁଷ୍ଠାନର ୫ କିମି ପରିଧି ମଧ୍ୟରେ ମଦ ଦୋକାନ ଖୋଲିବନି ବୋଲି ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି।