ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା-୨୦୨୫ ପାଇଁ ଶ୍ରୀକ୍ଷେତ୍ର ଲୋକାରଣ୍ୟ ହୋଇଛି। ବଡ଼ଦାଣ୍ଡରେ ଭକ୍ତମାନଙ୍କର ଗହଳି ଲାଗିଛି। ପବିତ୍ର ରଥଯାତ୍ରା ଅବସରରେ ଆଜି ପୁରୀ ସହରକୁ ଲକ୍ଷଲକ୍ଷ ଭକ୍ତମାନଙ୍କର ଆଗମନ ହୋଇଛି। ଶ୍ରୀକ୍ଷେତ୍ରକୁ ବାହାରୁ ୧୦ଲକ୍ଷରୁ ଊର୍ଦ୍ଧ୍ବ ଭକ୍ତ ପହଞ୍ଚିବା ଆଶା କରାଯାଉଛି।ଚଳିତ ବର୍ଷ ପବିତ୍ର ରଥଯାତ୍ରା ଅବସରରେ ସେ ପୁରୀ ବେଳାଭୂମିରେ ପ୍ରଭୁ ଜଗନ୍ନାଥଙ୍କର ୧୦୧ଟି ବାଲୁକା ମୂର୍ତ୍ତି ତିଆରି କରିଛନ୍ତି।
ଯାହା ଖୁବ୍ ଚମତ୍କାର ଦେଖାଯିବା ସହ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି।ସୁଦର୍ଶନ, ପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଏବଂ ଦେବୀ ସୁଭଦ୍ରା ରଥ ଉପରେ ବିରାଜମାନ କରିଥିବା ଦେଖିବାକୁ ମିଳିଛି। ଏଥିଲାଗି ପ୍ରାୟ ୪.୫ ଟନ୍ ବାଲି ବ୍ୟବହାର କରାଯାଇଛି ଓ ଏଥିରେ ସୁଦର୍ଶନଙ୍କ ସହ ତାଙ୍କ ବାଲୁକା କଳା ପ୍ରତିଷ୍ଠାନର ଛାତ୍ରମାନେ ମଧ୍ୟ ଯୋଗ ଦେଇଥିଲେ। ଏହା “ଜୟ ଜଗନ୍ନାଥ – ବିଶ୍ୱାସ ଏବଂ ଏକତାର ଯାତ୍ରା” ର ବାର୍ତ୍ତା ମଧ୍ୟ ପ୍ରଦାନ କରୁଅଛି।