ରଥଯାତ୍ରାରେ ପ୍ରବଳ ଭିଡ଼ ଭିତରେ ପେଲାଠେଲା ଫଳରେ ୧୦ ରୁ ଅଧିକ ଭକ୍ତ ଆହତ ହୋଇଥିଲେ । ସେହିପରି ରଥ ଟଣା ବେଳେ ବଡ଼ଦାଣ୍ଡରେ ପ୍ରବଳ ଗୁଳୁଗୁଳି ହେତୁ ପ୍ରାୟ ୭୪୨ ଭକ୍ତ ଅସୁସ୍ଥ ହୋଇ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ଅନ୍ୟପଟେ ସମୁଦ୍ରରେ ଗାଧୋଇବା ସମୟରେ ଜୁଆର ମାଡରେ ଅନେକ ପର୍ଯ୍ୟଟକ ଆହତ ହୋଇଥିବା ବେଳେ କିଛି ଭକ୍ତ ବଡ଼ଦାଣ୍ଡରେ ନିଖୋଜ ହୋଇଥିବା ଜଣାପଡ଼ିଛି । ତେବେ ଚଳିତ ରଥଯାତ୍ରାରେ କେହି ମୃତାହତ ହୋଇନାହାନ୍ତି । ତେବେ ଗତକାଲି ମୋଟ ୩୫୦୦ ଲୋକ ବିଭିନ୍ନ ସ୍ୱାସ୍ଥ୍ୟ ଗତ କାରଣ ପାଇଁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପୁରୀ ଆଇଡିଏଚ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ରଥ ଟଣା ବେଳେ ଅସହ୍ୟ ଗୁଳୁଗୁଳିରେ ବେହୋସ ହୋଇ ଓ ବିଭିନ୍ନ କାରଣରୁ ଖଣ୍ଡିଆ ଖାବରା ହୋଇ ୭୪୨ ଜଣ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ଇତି ମଧ୍ୟରେ 480 ଜଣଙ୍କୁ ଚିକିତ୍ସା କରାଯାଇ ଛାଡି ଦିଆଯାଇଛି । ଅନ୍ୟମାନେ ମଧ୍ୟ ଆଜି ମାଡିକାଲରୁ ବାହାରି ଯିବେ । ସେଭଳି କାହାରି ଗୁରୁତର ସ୍ବାସ୍ଥ୍ୟ ଅସୁବିଧା ହୋଇନାହିଁ । କେହି ମୃତାହତ ହୋଇନାହାନ୍ତି ।”
