ପୁରୀ ଶ୍ରୀମନ୍ଦିର ଫଟୋ ଏକ୍ସରେ ପୋଷ୍ଟ କରି ଅଡୁଆରେ ଏଏସଆଇ

ଶ୍ରୀମନ୍ଦିର ଭିତର ବେଢ଼ା ଫୋଟୋ ପୁଣି ସୋସିଆଲ ମିଡ଼ିଆରେ ଭାଇରାଲ୍। କୌଣସି ଭକ୍ତ କିମ୍ବା ଶ୍ରଦ୍ଧାଳୁ ଶ୍ରୀମନ୍ଦିର ଭିତର ବେଢ଼ା ଫଟୋ ଭାଇରାଲ କରିନାହାନ୍ତି। ଖୋଦ ଏଏସଆଇ ତଥା ପ୍ରତ୍ନତତ୍ତ୍ଵ ବିଭାଗ ଶ୍ରୀମନ୍ଦିର ଭିତର ବେଢ଼ା ଫୋଟୋ ନିଜ ଏକ୍ସ୍ ଆକାଉଣ୍ଟରେ ଅପଲୋଡ଼ କରିଛି। ଫଟୋ ପୋଷ୍ଟକୁ ବୁଦ୍ଧିଜୀବୀମାନେ ନାପସନ୍ଦ କରିବାରୁ ବିଳମ୍ବିତ ରାତିରେ ଫଟୋ ଗୁଡ଼ିକୁ ଡିଲିଟ୍ କରିଦେଇଛନ୍ତି ଏଏସ୍‌ଆଇ କର୍ତ୍ତୃପକ୍ଷ । ଶ୍ରୀମନ୍ଦିରରେ ଫଟୋ ଓ ଭିଡିଓକୁ ନେଇ ରହିଥିବା ଆଇନକୁ ନିଜେ ଉଲ୍ଲଂଘନ କରିଛି ଏଏସ୍‌ଆଇ ।

ଏକ୍ସ ଆକାଉଣ୍ଟରେ ଶ୍ରୀମନ୍ଦିର ଭିତର ଅର୍ଥାତ୍ ପାଟ ଅଗଣାରୁ ନାଟ ମଣ୍ଡପ , ଜଗମୋହନ , ରତ୍ନ ଭଣ୍ଡାର ବାହାର ପାର୍ଶ୍ଵ ଆଦିର ଫୋଟୋ ଅପଲୋଡ୍‌ କରିଥିଲା । ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା । ତେବେ କିଏ କେଉଁ ପରିପ୍ରେକ୍ଷୀରେ ଫୋଟୋ ଉଠାଇ ଏତେ ସ୍ପଷ୍ଟ ଭାବରେ ଶ୍ରୀମନ୍ଦିର ଭିତର ଭିଜୁଆଲ ଭାଇରାଲ କଲେ ତାହା ତଦନ୍ତ କେଲ ସ୍ପଷ୍ଟ ହେବ ।

ଅଧିକ ପଢନ୍ତୁ

Odisha Darpan Digital