ପୁରୀ ସମୁଦ୍ରରେ ଭାସୁଛି କଣ୍ଟେନର ।

ମାଛ ଧରିବାକୁ ଯାଇଥିବା ମତ୍ସ୍ୟଜୀବୀଙ୍କ ନଜରରେ ଆସିଛି ଏହି କଣ୍ଟେନର । ପୁରୀ ପେଣ୍ଠକଟା ଅଞ୍ଚଳରେ କିଛି ମତ୍ସ୍ୟଜୀବୀ ସମୁଦ୍ର ମଧ୍ୟରୁ ମାଛ ଧରିବାକୁ ଯାଇଥିଲେ । ଏହି ସମୟରେ ସମୁଦ୍ରରେ ଏକ କଣ୍ଟେନର ଭାସୁଥିବାର ଦେଖିଥିଲେ । ତେବେ କଣ୍ଟେନରକୁ କୂଳକୁ ଆଣିବା ପାଇଁ ଉଦ୍ୟମ କରୁଛନ୍ତି ମତ୍ସ୍ୟଜୀବୀ । ତେବେ ଏହି କଣ୍ଟେନରଟି କେଉଁଠୁ ଆସିଲା, ତାହା ଏବେ ଯାଏଁ ଅସ୍ପଷ୍ଟ ରହିଛି । ତେବେ କିଛି ଦିନ ପୂର୍ବରୁ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ସାତଭାୟା ଅଞ୍ଚଳରେ ଏକ କଣ୍ଟେନର ଭାସି ଆସି ସମୁଦ୍ର କୂଳରେ ଲାଗିଥିଲା । ସେଥିରୁ ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ପାଖ ଲୋକେ ସବୁ ବୋହି ନେଇଥିଲେ |

ଅଧିକ ପଢନ୍ତୁ