ପୁରୀ ସିଂହଦ୍ଵାର ଓ ଟାଉନ ଥାନା ପୋଲିସ ୧୨ ଜଣ ନକଲି ଗୁମାସ୍ତାଙ୍କୁ ଗିରଫ କରି କୋର୍ଟ ଚାଲାଣ

ପୁରୀ ପୋଲିସ ହାତରେ ନକଲି ଗୁମାସ୍ତା ।  ପୁରୀ ସିଂହଦ୍ଵାର ଓ ଟାଉନ ଥାନା ପୋଲିସ ୧୨ ଜଣ ନକଲି ଗୁମାସ୍ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।  BNS ଧାରା ୧୧୧ ଅନୁଯାୟୀ ନକଲି ଗୁମାସ୍ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।ପୁରୀ ପୋଲିସ ଏକ ବିଶ୍ୱସ୍ତ ସୂତ୍ରରୁ  ସୂଚନା ପାଇଥିଲା  ଏବଂ ପରେ ଆରମ୍ଭ କରିଥିଲା ଅପରେସନ ।  ଅସାମାଜିକ ବ୍ୟକ୍ତି ଏବଂ ଗୁଣ୍ଡା  ମାନେ ନିଜକୁ ମନ୍ଦିରର ଗୁମାସ୍ତାର ପରିଚୟ ଦେଇ ପୁରୀକୁ ଦର୍ଶନ ପାଇଁ ଆସି ଭକ୍ତଙ୍କ ଠାରୁ ବେଆଇନ ଭାବରେ ଟଙ୍କା ଆଦାୟ କରିଥିବାର ଅଭିଯୋଗ ହୋଇଥିଲା ।  ନିୟମିତ ଭାବେ ବଡଦାଣ୍ଡ ଏବଂ ପରିକ୍ରମା ରାସ୍ତାରେ  ଏକତ୍ରିତ ହୋଇ ଭକ୍ତମାନଙ୍କୁ  ବିଶେଶକରି ଅଣଓଡିଆ ମାନଙ୍କୁ ଟାର୍ଗେଟ କରୁଥିବାର  । ଏବଂ ପାରମ୍ପାରିକ ପୋଷାକ ପିନ୍ଧି ଶ୍ରୀଜଗନାଥ ମନ୍ଦିରର ସେବାୟତ ମାନଙ୍କର  ପରିଚୟ ଦେଇଥବା ଜଣାପଡିଥିଲା । ଏହି ଖବର ଜଣାପଡିବା ପରେ ପୁରୀ ଏସପି  ଏମାନଙ୍କୁ ଧରିବା ପାଇଁ  ସ୍ୱତନ୍ତ୍ର ଟିମର ଗଠନ କରିଥିଲେ ।  ଦୁଇ ଦିନ ଧରି  ଏହି ସ୍ୱତନ୍ତ୍ର ପୋଲିସ ଟିମ ବ୍ୟକ୍ତିମାନଙ୍କ କାଯ୍ୟ କଳାପ ଉପରେ ନଜର ରଖିବା ପରେ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୧୪ଟି ମୋବାଇଲ ଫୋନ ଜବତ କରାଯାଇଛି ।ଶ୍ରୀମନ୍ଦିରକୁ ଆସୁଥିବା ଯାତ୍ରୀ, ଶ୍ରଦ୍ଧାଳୁଙ୍କ ସୁରକ୍ଷା ସହିତ ସୁବିଧାରେ ଦର୍ଶନ ଏବଂ ଠକାମୀର ଯେଭଳି ଶିକାର ନହେବେ ସେ ଦିଗରେ ପୋଲିସ ବିଶେଷ ଦୃଷ୍ଟି ଦେଇଛି । 

ଅଧିକ ପଢନ୍ତୁ