ପୁରୀ ସ୍ବର୍ଗଦ୍ୱାରରେ ଚମତ୍କାର। ଚେଇଁ ଉଠିଲେ ଶବ ହୋଇ ଆସିଥିବା ବୃଦ୍ଧା

ପୁରୀ ସ୍ବର୍ଗଦ୍ୱାରରେ ଚମତ୍କାର। ଶବ ହୋଇ ଆସିଥିବା ବୃଦ୍ଧା ଚେଇଁ ଉଠିଲେ | ଗଞ୍ଜାମ ପୋଲସରାରୁ ମହିଳା ଜଣଙ୍କୁ ଅନ୍ତିମ ସଂସ୍କାର କରିବା ପାଇଁ ପୁରୀ ଅଣାଯାଇଥିଲା । ଚିତା ଯୋଗାଡ଼ଚାଲିଥିବା ବେଳେ ହଠାତ୍ ଉଠି ବସିଥିଲେ ବୃଦ୍ଧା । ଏହା ପରେ ବୃଦ୍ଧାଙ୍କୁ ନେଇ ପୁରୀ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

ବୃଦ୍ଧା ଜଣକ ହେଉଛନ୍ତି ଗଞ୍ଜାମ ପୋଲସରାର ପି. ଲକ୍ଷ୍ମୀ । ଜୁଇରୁ ଉଠିବା ପରେ ଏବେ ତାଙ୍କୁ ଚିକିତ୍ସା ପାଇଁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି ।ସୂଚନା ଅନୁଯାୟୀ ଆଜି ପି ଲକ୍ଷ୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ଶବ ସତ୍କାର ପାଇଁ ତାଙ୍କୁ ପରିବାର ଲୋକ ଆମ୍ବୁଲାନ୍ସ ଯୋଗେ ପୁରୀ ସ୍ବର୍ଗଦ୍ୱାର କୁ ଆଣିଥିଲେ। ସ୍ୱର୍ଗଦ୍ୱାରର କର୍ମଚାରୀ ମାନେ ମୃତକଙ୍କ ପରିବାରଙ୍କୁ ମେଡିକାଲ ରିପୋର୍ଟ ମାଗିଥିଲେ ଏବଂ ତାଙ୍କ ପରିବାର ଲୋକ ରିପୋର୍ଟ ନ ଆଣିବା ନେଇ ସ୍ବର୍ଗଦ୍ୱାରରେ ଶବ ଦାହ କରିନଥିଲେ ଏବଂ କିଛି ସମୟ ପରେ ସ୍ବର୍ଗଦ୍ୱାର ର କର୍ମଚାରୀ ମାନେ ଶବ ପାଖକୁ ଯାଇଥିଲେ ଓ ସେଠାରେ ଦେଖିଲେ ଶବଟି ବଞ୍ଚିଛି। ଏହାପରେ ପି ଲଷ୍ମୀ ଙ୍କ ପରିବାର ଲୋକ ଓ ସ୍ୱର୍ଗଦ୍ୱାରର କର୍ମଚାରୀ ମିଶି ପୁରୀ ସଦର ମୁଖ୍ୟ ଚିକିର୍ସାୟରେ ତାଙ୍କୁ ଭର୍ତ୍ତି କରାଇଥିଲେ।

ଅଧିକ ପଢନ୍ତୁ