ପୁରୁଣା ଗାଡ଼ିକୁ ମିଳିବନି ତେଲ, ଏପ୍ରିଲ ପହିଲାରୁ ଲାଗୁ ହେବ ନିୟମ

ଦିଲ୍ଲୀ ସରକାରଙ୍କ ଏକ ବଡ଼ ଘୋଷଣା । ପୁରୁଣା ଗାଡ଼ିକୁ ମିଳିବନି ତେଲ। ସରକାର କହିଛନ୍ତି ଯେ ପେଟ୍ରୋଲ ପମ୍ପରେ ଏପରି ଯାନଗୁଡ଼ିକୁ ଆଉ ଇନ୍ଧନ ଦିଆଯିବ ନାହିଁ । ଦିଲ୍ଲୀ ପରିବେଶ ମନ୍ତ୍ରୀ ମଞ୍ଜିନ୍ଦର ସିଂହ ସିର୍ସା କହିଛନ୍ତି । ଦିଲ୍ଲୀରେ ପ୍ରଦୂଷଣକୁ ରୋକିବା ପାଇଁ ୧୦ ବର୍ଷ ପୁରୁଣା ଡିଜେଲ ଏବଂ ୧୫ ବର୍ଷ ପୁରୁଣା ପେଟ୍ରୋଲ ଯାନ ଉପରେ ନିଷେଧାଦେଶ ଜାରି କରାଯାଇଛି।ପରିବେଶ ମନ୍ତ୍ରୀ ସିର୍ସା କହିଛନ୍ତି ଯେ ଦିଲ୍ଲୀରେ କିଛି ବଡ ହୋଟେଲ, କିଛି ବଡ ଅଫିସ୍ କମ୍ପ୍ଲେକ୍ସ, ଦିଲ୍ଲୀ ବିମାନବନ୍ଦର, ବଡ ନିର୍ମାଣ ସ୍ଥାନ ଅଛି।ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ସମସ୍ତ ଲୋକଙ୍କ ପାଇଁ ତୁରନ୍ତ ଆଣ୍ଟି-ସ୍ମଗ୍ ବନ୍ଧୁକ ଲଗାଇବା ବାଧ୍ୟତାମୂଳକ କରିବାକୁ ଯାଉଛୁ ବୋଲି କହିଛନ୍ତି ସରକାର ।

ଅଧିକ ପଢନ୍ତୁ