ପୁରୁଣା ଗାଡି ପାଇଁ କୋହଳ ହେଲା ନିୟମ । ପୂର୍ବରୁ ୧୫ ର ବର୍ଷର ପୁରୁଣା ଗାଡ଼ି ବ୍ୟବହାର କରିବା ଉପରେ ନିଷେଧାଦେଶ ଥିଲା। ପୂର୍ବରୁ ଥିବା ନିୟମକୁ ପରିର୍ବତ୍ତନ କରାଯାଇ ୨୦ବର୍ଷକୁ ବୃଦ୍ଧି କରାଯାଇଛି । ସରକାରଙ୍କ ଏ ନିଷ୍ପତ୍ତି ଅନେକଙ୍କୁ ଦେବ ଆଶ୍ୱସ୍ତି । କାରଣ ଲୋକମାନଙ୍କ ୧୫ ବର୍ଷ ପୁରୁଣା ଗାଡ଼ି ଭଲ କଣ୍ଡିସନରେ ରହିଥିବାବେଳେ ସେଗୁଡ଼ିକୁ ଚଲାଇବାରେ କଟକଣା ଲାଗିଥିଲା । ଯାହା ପାଇଁ ସାଧାରଣ ଲୋକଙ୍କଠାରେ ଅସନ୍ତୋଷ ଦେଖିବାକୁ ମିଳିଥିଲା ।ବର୍ତ୍ତମାନ ଏଥିରେ କୋହଳ କରିଛନ୍ତି ସରକାର। ଏଣିକି ୧୫ ବର୍ଷ ପୁରୁଣା ଗାଡ଼ିକୁ ବ୍ୟବହାର କରିପାରିବେ।
