ପୁରୁଣା ନୋଟ୍ କୁ ନେଇ RBIଙ୍କ ବଡ଼ ପଦକ୍ଷେପ, ଘରୋଇ କାମରେ ଆସିବ ପୁରୁଣା ନୋଟ୍

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପରିବେଶକୁ ଧ୍ୟାନରେ ରଖି ଏକ ଅନନ୍ୟ ପଦକ୍ଷେପ ନେଇଛନ୍ତି। ଏହି ପଦକ୍ଷେପ ଅନୁସାରେ ଏବେ ବାର୍ଷିକ ଜମା ହେଉଥିବା ଟନ ଟନ କଟାଫଟା ନୋଟ୍ କୁ ଆଉ ଅଳିଆ ଗଦାକୁ ଫିଙ୍ଗି ଦିଆଯିବ ନାହିଁ। ଏହାକୁ କାଠ ଭଳି ମଜଭୁତ ବୋର୍ଡରେ ରୂପାନ୍ତରିତ କରାଯିବ। ଯେଉଁଥିରୁ ଫର୍ଣ୍ଣିଚର ଓ ଅନ୍ୟ ଉପଯୋଗର ବସ୍ତୁତ ତିଆରି କରାଯାଇ ପାରିବ। ଏହା ଦ୍ୱାରା ଫଟାକଟା ଓ ପ୍ରଚଳନରୁ ବାହାରିଯାଇଥିବା ନୋଟ୍ ପୁନଃଚକ୍ରିକରଣ (ରିସାଇକ୍ଲ) କରି ‘ପାର୍ଟିକ୍ଲ ବୋର୍ଡ’ ତିଆରି କରାଯିବ। ଏହି ବୋର୍ଡ ପାରମ୍ପରିକ କାଠ ପଟାର ବିକଳ୍ପ ରୂପେ କାମରେ ଆସିବ ଓ ଏହାକୁ ଫର୍ଣ୍ଣିଚରରୁ ଆରମ୍ଭ କରି ନିର୍ମାଣ ସାମଗ୍ରୀରେ ମଧ୍ୟ ବ୍ୟବହାର କରାଯିବ। ଆରବିଆଇଙ୍କ ୨୦୨୪-୨୫ ବାର୍ଷିକ ରିପୋର୍ଟ ଅନୁଯାୟୀ ପ୍ରତ୍ୟେକ ବର୍ଷ ପାଖାପାଖି ୧୫ହଜାର ଟନ ଖରାପ ନୋଟ ଜମା ହୋଇଥାଏ। ଏ ପର୍ଯ୍ୟନ୍ତ ଏହି ଅଦରକାରୀ ନୋଟ ଗୁଡିକୁ ଗାତ ଖୋଳି ପୋତି ଦିଆଯାଉଥିଲା ନଚେତ ପୋଡାଯାଉଥିଲା। କଟାଫଟା ନୋଟରେ ଥିବା ସୁରକ୍ଷା ସୁତ୍ର, ରସାୟନ, ସ୍ୟାହୀ ଓ ଫାଇବର ପରିବେଶକୁ ଯାଇ କ୍ଷତିକାରକ ପ୍ରଭାବ ପକାଉଥିଲା। ଏଗୁଡିକୁ ପୋଡିଲେ ବାୟୁରେ ହାନୀକାରକ ଗ୍ୟାସ୍ ମିଶୁଥିଲା। ହେଲେ ଏବେ ନୂଆ ଉପାୟରେ ଏହି ଅଦରକାରୀ ନୋଟର ଉପଯୁକ୍ତ ଉପଯୋଗ ହୋଇ ପାରିବ।

ଅଧିକ ପଢନ୍ତୁ

Odisha Darpan Digital