ପୁଲିସର ‘ମାଫିଆଗିରି’, ଗୁମର ଖୋଲି ତାଗିଦ୍ କଲେ ପୁଲିସ ଡିଜି

ଡ୍ୟୁଟି ଛାଡ଼ି ଅଣ ପୋଲିସ କାର୍ଯ୍ୟରେ ମାତିଛନ୍ତି ଅଧିକାରୀ। ଖଣି ଓ ଶିଳ୍ପାଞ୍ଚଳରେ ପରିବହନ କାର୍ଯ୍ୟରେ ପୋଲିସ କରୁଛନ୍ତି ସହାୟତା। ଏସ୍‌ପି ଓ ଡିସିପିଙ୍କୁ ଏଡିଜି ପଠାଇଥିବା ଚିଠି ଏଭଳି ସାଙ୍ଘାତିକ ସତ୍ୟର ଗୁମର ଫିଟାଇ ଦେଇଛି। ଶିଳ୍ପ ଅଂଚଳରେ ଖଣି ମାଫିଆ ଓ ବ୍ୟବସାୟୀଙ୍କ ହାତବାରିସୀ ସାଜି ବିଭିନ୍ନ ପ୍ରକାରର ଅଣପୁଲିସ କାର୍ଯ୍ୟ(ଖଣିଜ ସାମଗ୍ରୀ ପରିବହନ)ରେ ଜଡ଼ିତ ଫିଲଡ୍ ଷ୍ଟାଫ(ପୁଲିସ ଅଫିସର ଓ କର୍ମଚାରୀ)ଙ୍କୁ ତୁରନ୍ତ ଏଥିରୁ ବିରତ ରହିବାକୁ ପୁଲିସ ମୁଖାଳୟରୁ ନିର୍ଦ୍ଦେଶ ଜାରି ହୋଇଛି । ଆଉ ଏଭଳି ଗତିବିଧିରେ ସମ୍ପୃକ୍ତ ଥିବା ଜଣାପଡ଼ିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତାଗିଦ୍ କରାଯାଇଛି । ସବୁ ପୁଲିସ ଏସପି, ଡିଆଇଜି,ଆଇଜି ଓ ପୁଲିସ କମିଶନରଙ୍କୁ ଚିଠି ଲେଖି ରାଜ୍ୟ ପୁଲିସ ମୁଖ୍ୟାଳୟ(ଆଇନଶୃଙ୍ଖଳା ଅତିରିକ୍ତ ଡିଜି) ଅବଗତ କରାଇବା ପରେ ପୁଲିସକୁ ରାଜ୍ୟର ବିଭିନ୍ନ ଶିଳ୍ପାଂଚଳ ବିଶେଷକରି ଖଣି ଅଂଚଳରେ ‘ମାଫିଆଗିରି’ କରିବା ପାଇଁ ତତକାଳୀନ ସରକାର ପରୋକ୍ଷରେ ସମ୍ମତି ଦେଇଥିବାର ଅଭିଯୋଗ ଏବେ ସତ ପ୍ରମାଣିତ ହେବାରେ ଲାଗିଛି ।

ଅଧିକ ପଢନ୍ତୁ